ଅନୁଗୁଳ ଜିଲ୍ଲାର ସାତକୋଶିଆକୁ ମିଳିଲା ‘ରାମସର ସାଇଟ୍’ର ମାନ୍ୟତା । କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତନ ମନ୍ତ୍ରାଳୟ ପକ୍ଷରୁ ଟ୍ୱିଟ୍ କରି ଏପରି ଘୋଷଣା କରାଯାଇଛି । ଦେଶର ମୋଟ୍ ୧୦ଟି ଆର୍ଦ୍ରଭୂମିକୁ ଏହି ମାନ୍ୟତା ଦିଆଯାଇଛି । ସେଥିମଧ୍ୟରୁ ସାତକୋଶିଆ ଗଣ୍ଡର ନାଁ ମଧ୍ୟ ରହିଛି । ବିଶ୍ୱର ଆର୍ଦ୍ରଭୂମିକୁ ସୁରକ୍ଷିତ ରଖିବା ‘ରାମସର ସାଇଟ୍’ ଘୋଷଣାର ଉଦ୍ଦେଶ୍ୟ । ଅନ୍ତର୍ଜାତୀୟ ସ୍ତରରେ ଏହା ଏକ ବଡ଼ ପଦକ୍ଷେପ ବୋଲି କୁହାଯାଉଛି । ଆର୍ଦ୍ରଭୂମିର ଗୁରୁତ୍ୱକୁ ଦୃଷ୍ଟିରେ ରଖି ୟୁନେସ୍କୋ ଏହି ମାନ୍ୟତା ଦେଇଥାଏ । ପୂର୍ବରୁ ଓଡ଼ିଶାର ଚିଲିକା ଓ ଭିତରକନିକା ଅଂଚଳକୁ ଏହି ମାନ୍ୟତା ମିଳିଥିଲା । ତୃତୀୟ ସ୍ଥାନ ଭାବେ ରାଜ୍ୟର ସାତକୋଶିଆକୁ ଏହି ମାନ୍ୟତା ମିଳିଛି ।
More Stories
CSM Synapse 4.0 ରେ ଜିତିଲେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ