ସାଢେ ୪ କୋଟି ଓଡ଼ିଆଙ୍କୁ ଅପମାନିତ କରିଛନ୍ତି ବିଜେପି ନେତା । ସାଂସଦ ଅପରାଜିତା ଷଡଙ୍ଗୀ ଏହାକୁ ସମର୍ଥନ କରୁଛନ୍ତି । ମହିଳାଙ୍କ ପ୍ରତି ହିଂସା କ୍ଷେତ୍ରରେ ଓଡ଼ିଶା ବହୁ ଉନ୍ନତ । ବିଜେପି ଶାସିତ ରାଜ୍ୟଠାରୁ ଓଡ଼ିଶା ବହୁତ ଉନ୍ନତ ସ୍ଥାନରେ ରହିଛି ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଶ୍ରୀମୟୀ ମିଶ୍ର । ୟୁପି, ମଧ୍ୟପ୍ରଦେଶ ଆଦି ରାଜ୍ୟରେ ମହିଳାଙ୍କ ପ୍ରତି ହିଂସା ଅଧିକ । ଅପରାଜିତା ଷଡଙ୍ଗୀ ଏସବୁ ଉପରେ ହୁଏତ ଅବଗତ ନାହାନ୍ତି । NCRB ରିପୋର୍ଟକୁ ସାଂସଦ ଅପରାଜିତା ଷଡଙ୍ଗୀ ବୋଧେ ପଢିନାହାନ୍ତି ବା ଜାଣି ଶୁଣି ନଜାଣିବା ଭଳି ଅଭିନୟ କରୁଛନ୍ତି । ମହିଳାଙ୍କ ପ୍ରତି ଅସଦାଚରଣ ଓ ହତ୍ୟା ଭଳି ଅପରାଧୀଙ୍କ କାର୍ଯ୍ୟରେ ବିଜେପି ଶାସିତ ରାଜ୍ୟ ଉତ୍ତର ପ୍ରଦେଶ, ମଧ୍ୟ ପ୍ରଦେଶ, ଆସାମ, ମହାରାଷ୍ଟ୍ର ଓ କର୍ଣ୍ଣାଟକ ଭଳି ରାଜ୍ୟ ଗୁଡିକର ରେକର୍ଡ ବହୁ ଆଗରେ। ସେସବୁ ରାଜ୍ୟର ବିଫଳତାକୁ ଲୁଚାଇବାକୁ ଅଥବା ଘଣ୍ଟ ଘଉଡାଇବାକୁ ସାଂସଦ ଚେଷ୍ଟା କରୁଛନ୍ତି । ଓଡ଼ିଶା ଏକ ଶାନ୍ତି ପ୍ରିୟ ରାଜ୍ୟ । ବିଜେପି ବୋଧ ହୁଏ ଚାହୁଁନାହିଁ ଓଡ଼ିଶାରେ ଶାନ୍ତି ବଜାୟ ରହୁ। ଆମ ସ୍ୱାଭିମାନକୁ ନେଇ କେହି ପ୍ରଶ୍ନ କଲେ ଏହାକୁ କେହିବି ଗ୍ରହଣ କରିବେ ନାହିଁ। ଏଣୁ ବନ୍ଦ ଡାକରା ଦିଆଯିବା ଓ ଏହାକୁ ସମର୍ଥନ କରି ଦାୟିତ୍ବହୀନ ମନ୍ତବ୍ୟ ଦେଇ କେଉଁଠି ନା କେଉଁଠି ନିଆଁରେ ଘିଅ ଢାଳିଥିବା ସ୍ପଷ୍ଟ ପ୍ରତୀୟମାନ ବୋଲି ମତ ରଖିଛନ୍ତି ବିଜେଡି ମୁଖପାତ୍ର ଶ୍ରୀମୟୀ ମିଶ୍ର ।
“The eyes believe themselves, the ears believe other people.”
More Stories
ରାଜ୍ୟରେ ପୁଣି ଲଜ୍ଜା, ଗଣ ଦୁଷ୍କର୍ମ ସହ ହତ୍ୟା ଆରୋପ
ଏଥର ଏସସିବିରେ ଉପଲବ୍ଧ ଏମ୍ଏନ୍ସିୟୁ ସୁବିଧା, ମା ସହ ଚିକିତ୍ସା ପାଇବେ ଶିଶୁ
ଓଡ଼ିଶାରେ ସୃଷ୍ଟି ହେଲେ ୧୦ ଲକ୍ଷରୁ ଅଧିକ ଲକ୍ଷପତି ଦିଦି