ସେକେଣ୍ଡାରୀ ସ୍କୁଲ ସାର୍ଟିଫିକେଟ ପେପର ଲିକ ମାମଲା । ତେଲାଙ୍ଗାନା ରାଜ୍ୟ ବିଜେପି ସଭାପତି ତଥା ସାଂସଦ ବଣ୍ଡି ସଂଜୟ କୁମାର ଗିରଫ । ଗତ ଏପ୍ରିଲ ୪ ତାରିଖରେ ଓ୍ବାରାଙ୍ଗଲରେ ଏସଏସସି ପରୀକ୍ଷାର ହିନ୍ଦି ପ୍ରଶ୍ନପତ୍ର ଲିକ ହେବା ନେଇ ଅଭିଯୋଗ ହୋଇଥିଲା । ଲିକ୍ ହୋଇଥିବା ପ୍ରଶ୍ନପତ୍ରକୁ ବୁରାମ ପ୍ରଶାନ୍ତ ନାମକ ଜଣେ ସାମ୍ବାଦିକ ତଥା ବିଜେପି କର୍ମୀ ସୋସିଆଲ ମିଡିଆରେ ଭାଇରାଲ କରିଥିଲେ । ଲିକ୍ ଘଟଣାରେ ସଞ୍ଜୟଙ୍କ ହାତ ଥିବା ଅଭିଯୋଗ ହୋଇଥିଲା । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ନିଜ ବାସଭବନ କରିମନଗରରେ ସଞ୍ଜୟ ଅଟକ ଥିଲେ । ଗିରଫ ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହାକୁ ନେଇ ରାଜ୍ୟରେ ଉତ୍ତେଜନା ସୃଷ୍ଟି ହୋଇଛି । ଗିରଫ ପୂର୍ବରୁ ତାଙ୍କୁ ପାଲାକୁର୍ତ୍ତିସ୍ଥିତ ଏକ ହସ୍ପିଟାଲରେ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ସ୍ବାସ୍ଥ୍ୟ ପରୀକ୍ଷା ପରେ ତାଙ୍କୁ ଗିରଫ କରାଯାଇଛି ।
More Stories
ଲାଗୁ ହେଲା ଅଷ୍ଟମ ବେତନ ଆୟୋଗ, ଜାଣନ୍ତୁ କେତେ ବଢିବ ଦରମା
ଗଣତନ୍ତ୍ର ଦିବସ ପାଇଁ ଦିଲ୍ଲୀରେ ସ୍ପେଶାଲ ଟ୍ରାଫିକ୍ ବ୍ୟବସ୍ଥା
2025 ରିପବ୍ଲିକ୍ ଡେ ହାଇଲାଇଟ୍ସ୍