୨୦୧୯ ମୋଦୀ ସାଙ୍ଗିଆ ମାନହାନୀ ମାମଲାରେ ସୁରତ ଅଦାଲତ ଦେଇଥିବା ଦଣ୍ଡାଦେଶ ଉପରେ ସୁପ୍ରିମ୍ କୋର୍ଟ ରହିତାଦେଶ ଜାରି କରିବା ପରେ ଲୋକସଭା ସଦସ୍ୟତା ଫେରି ପାଇଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି। ଲୋକସଭା ସଦସ୍ୟତା ଫେରି ପାଇବା ପରେ ଏବେ କେନ୍ଦ୍ରୀୟ ଦିଲ୍ଳୀ ସ୍ଥିତ ତାଙ୍କ ସରକାରୀ ବାସଭବନ ଫେରି ପାଇଛନ୍ତି ରାହୁଲ। ବାସଭବନ ମିଳିବା ପରେ ରାହୁଲ କହିଛନ୍ତି, ସାରା ଭାରତ ହେଉଛି ମୋ ଘର। ଲୋକସଭା ସଦସ୍ୟତା ରଦ୍ଦ ହେବାପରେ ଲୋକସଭା ହାଉସିଂ କମିଟି ପକ୍ଷରୁ ତାଙ୍କୁ ଏପ୍ରିଲ ୨୨, ୨୦୨୩ ସୁଦ୍ଧା ବଙ୍ଗଳା ଛାଡ଼ିବାପାଇଁ ନୋଟିସ୍ କରାଯାଇଥିଲା। ଏହା ପରେ ରାହୁଲ ନିଜ ବଙ୍ଗଳାରୁ ସମସ୍ତ ଜିନିଷପତ୍ର ନେଇ ବଙ୍ଗଳା ଛାଡ଼ିଥିଲେ
More Stories
ଘରେ ବୟସ୍କ ମାନଙ୍କର କେମିତି ନେବେ ଯତ୍ନ
କେମିତି ଜାଣିବେ ପେଟ୍ରୋଲ୍ ଡିଜେଲ ଭର୍ତ୍ତିରେ କେତେ ହେଉଛି ଠକେଇ
ଡେଲିଭରି ବୟଙ୍କୁ ପୋଲିସଙ୍କ ଅତ୍ୟାଚାର, ଦେଖିଲେ ଛାତି ଥରି ଉଠିବ