ଚୀନରେ କରୋନା ସଂକ୍ରମଣ ଭୟଙ୍କର ଭାବେ ମାଡି ଚାଲିଛି । ସାଂଘାଇରେ ଉପୁଜିଝି ସାଂଘାତିକ ସ୍ଥିତି । ସାଂଘାଇରେ ଜନସଂଖ୍ୟାର ପ୍ରାୟ ୭୦ ପ୍ରତିଶତ ଲୋକ କରୋନା ସଂକ୍ରମିତ । ସହରର ୨୫ ନିୟୁତ ଜନସଂଖ୍ୟା ମଧ୍ୟରୁ ମାତ୍ରାଧିକ ଲୋକ କରୋନାରେ ସଂକ୍ରମିତ ହୋଇଛନ୍ତି । ଏପ୍ରିଲ ଓ ମେ’ ମାସରେ ସାଂଘାଇରେ ତାଲାବନ୍ଦ ସତ୍ୱେ ସଂକ୍ରମଣ ମାମଲା ୬ ଲକ୍ଷ ଉପରେ ରହିଥିଲା । ସେହି ତୁଳନାରେ ଏବେ ୨୦ରୁ ୩୦ ଗୁଣା ଅଧିକ ସଂକ୍ରମିତ ଚିହ୍ନଟ ହେଉଛି । ଓମିକ୍ରନ୍ ପ୍ରଜାତି ପାଇଁ ସଂକ୍ରମଣ ଭୟଙ୍କର ଭାବେ ବୃଦ୍ଧି ପାଇବାରେ ଲାଗିଛି । ସାଂଘାଇ ହସ୍ପିଟାଲକୁ ଏବେ ଦୈନିକ ୧୬୦୦ରୁ ଅଧିକ ଏମର୍ଜେନ୍ସି ରୋଗୀ ଆସୁଛନ୍ତି । ୬୫ ବର୍ଷରୁ ଉର୍ଦ୍ଧ୍ୱ ରୋଗୀ ଅଧିକ ସଂକ୍ରମିତ ହେଉଥିବା କୁହାଯାଉଛି ।
More Stories
ଲାଗୁ ହେଲା ଅଷ୍ଟମ ବେତନ ଆୟୋଗ, ଜାଣନ୍ତୁ କେତେ ବଢିବ ଦରମା
ଗଣତନ୍ତ୍ର ଦିବସ ପାଇଁ ଦିଲ୍ଲୀରେ ସ୍ପେଶାଲ ଟ୍ରାଫିକ୍ ବ୍ୟବସ୍ଥା
2025 ରିପବ୍ଲିକ୍ ଡେ ହାଇଲାଇଟ୍ସ୍