The Topmost

“The eyes believe themselves, the ears believe other people.”

ସହକାରୀ ସମ୍ପାଦକ ନିଲମ୍ବିତ

ମହାସଂଘର ବିରୋଧରେ ଦେଶର ଖ୍ୟାତାନାମା ରେସଲରମାନେ କରିଥିବା ଆନ୍ଦୋଳନ ଘଟଣାରେ ପ୍ରଥମ କାର୍ଯ୍ୟାନୁଷ୍ଠାନ । କ୍ରୀଡ଼ା ମନ୍ତ୍ରଣାଳୟ କୁସ୍ତି ମହାସଂଘର ସହକାରୀ ସମ୍ପାଦକ ବିନୋଦ ତୋମାରଙ୍କୁ ନିଲମ୍ବିତ କରିଛନ୍ତି । ତେବେ ନିଲମ୍ବିତ ସମ୍ପର୍କରେ ବିନୋଦ କିଛି ଜାଣି ନଥିବା କହିଛନ୍ତି । ଶୁକ୍ରବାର ବିକ୍ଷୋଭ କରୁଥିବା ରେସଲରମାନେ କ୍ରୀଡ଼ା ମନ୍ତ୍ରଣାଳୟର ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ଏହି ସମୟରେ ସେମାନେ ସଂଘର ସଭାପତି ବ୍ରିଜ ଭୂଷଣ ଓ ସହକାରୀ ସମ୍ପାଦକ ବିନୋଦଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଥିଲେ । ମନ୍ତ୍ରଣାଳୟ ବ୍ରିଜ ଭୂଷଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିଲେ ହେଁ ବିନୋଦଙ୍କୁ ନିଲମ୍ବିତ କରିଛି । ବିନୋଦ ମହାସଂଘର ଦୈନନ୍ଦିନ କାମକୁ ବୁଝିବା ସହ ବ୍ରିଜ ଭୂଷଣଙ୍କ ଅତ୍ୟନ୍ତ ନିକଟତର ହୋଇ କାମ କରୁଥିଲେ। ସେ କାର୍ଯ୍ୟରେ ଅବହେଳା କରିଥିବା ହୃଦୟଙ୍ଗମ କରି କ୍ରୀଡ଼ା ମନ୍ତ୍ରଣାଳୟ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।