ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣା । ଏବେବି ସସପେନ୍ସରେ ସୁଇସାଇଡ ରହସ୍ୟ । ଆଜି ନବମ ଦିନରେ କଲେଜରେ ଛାନବିନ୍ ଚଳାଇଛି ପୋଲିସ । କାରୁବାକୀ ଛାତ୍ରୀ ନିବାସରେ ସ୍ପେଶାଲ ଟିମ୍ ପହଞ୍ଚି ତନାଘନା କରୁଛି । ମନସ୍ତତ୍ତ୍ୱବିତଙ୍କୁ ନେଇ ହଷ୍ଟେଲକୁ ଯାଇଛି ପୋଲିସ । ଅତିରିକ୍ତ ଡିସିପି ପ୍ରକାଶ ପାଲଙ୍କ ନେତୃତ୍ୱରେ ମନସ୍ତତ୍ତ୍ୱବିତ ପ୍ରାପ୍ତୀ ପ୍ରଧାନଙ୍କୁ ନେଇ ହଷ୍ଟେଲ ଯାଇଛି ଟିମ୍ । ସେଠାରେ ସନ୍ଦେହରେ ଥିବା ଛାତ୍ରୀଙ୍କ ମାନସିକ ସ୍ଥିତିକୁ ନିରୀକ୍ଷଣ କରିବା ସହ ପଚରାଉଚରା କରାଯାଉଛି । ଏହାଛଡ଼ା ହଷ୍ଟେଲ କର୍ତ୍ତୃପକ୍ଷଙ୍କ ମାନସିକ ସ୍ଥିତି ନେଇ ମଧ୍ୟ ପଚରାଉଚରା କରାଯିବ । ସେମାନେ ଦେଇଥିବା ବୟାନ ଚାପରେ କିମ୍ବା ଭୟରେ ଦେଇଛନ୍ତି କି ନାହିଁ ତାହାର ମଧ୍ୟ ନିରୀକ୍ଷଣ କରିବ ଟିମ୍ ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା