The Topmost

“The eyes believe themselves, the ears believe other people.”

‘ସଷ୍ଟେନେବଲ ଏଗ୍ରିକଲ୍‌ଚର: ଥିଓରି ଆଣ୍ଡ ପ୍ରାକ୍‌ଟିସେସ’ ଉନ୍ମୋଚିତ

“ସଷ୍ଟେନେବଲ ଏଗ୍ରିକଲ୍‌ଚର: ଥିଓରି ଆଣ୍ଡ ପ୍ରାକ୍ଟିସେସ୍‌” ଉନ୍ମୋଚିତ । ବିଦ୍ୟାଧର ମହାରଣା ଓ ପ୍ରଫେସର ସୁବୋଧ କୁମାର ସାହୁଙ୍କ ଦ୍ୱାରା ଲିଖିତ ଏକ ପୁସ୍ତକ ଗତ ରବିବାର ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଉନ୍ମୋଚିତ ହୋଇଯାଇଛି । ପୁସ୍ତକଟିକୁ ରାଜସ୍ୱ ପରିଷଦର ପୂର୍ବତନ ସଦସ୍ୟ ଡକ୍ଟର ଅରବିନ୍ଦ ବେହେରା, ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଡିମ୍‌ଡ ଟୁ ବି ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଆର୍‌. ପି. ମହାନ୍ତି ଏବଂ କାଶିପୁର ସ୍ଥିତ ଅଗ୍ରଗାମୀର ନିର୍ଦ୍ଦେଶକ ଶ୍ରୀ ଅଚ୍ୟୁତ ଦାସ ଉନ୍ମୋଚନ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଅନେକ ବୈଜ୍ଞାନିକ ଓ ବିଶେଷଜ୍ଞମାନେ ସାମିଲ ହୋଇଥିଲେ । ଡକ୍ଟର ଅମୀୟ ବେହେରା ଲେଖକମାନଙ୍କର ପରିଚୟ ପ୍ରଦାନ କରିବା ସହିତ ୧୨ ଟି ଅଧ୍ୟାୟ ବିଶିଷ୍ଟ ପୁସ୍ତକ ସମ୍ପର୍କରେ ତଥ୍ୟ ପ୍ରଦାନ କରିଥିଲେ । ଏହି ପୁସ୍ତକଟି ଛାତ୍ରଛାତ୍ରୀ, ଗବେଷକ, ରାଜନେତା ଏବଂ ପ୍ରଶାସନିକ ସେବା ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀଙ୍କ ନିମନ୍ତେ ଉପଯୋଗୀ ହେବ ବୋଲି କହିଥିଲେ । ଶେଷରେ ଶ୍ରୀ ପି.କେ. ପାଇକରାୟ ଧନ୍ୟବାଦ ଅର୍ପଣ କରିଥିଲେ ।