ଦୁଇବର୍ଷ ମଧ୍ୟରେ ସର୍ବନିମ୍ନ ସ୍ତରକୁ ଖସିଲା ଭାରତର ବିଦେଶୀ ମୁଦ୍ରାଭଣ୍ଡାର । ସାପ୍ତାହିକ ଆଧାରରେ ଭାରତର ବିଦେଶୀ ମୁଦ୍ରା ଭଣ୍ଡାର ୭.୯୪୧ ଆରବ ଡଲାର କମ ହୋଇଛି । ଡଲାର ତୁଳନାରେ ଭାରତୀୟ ମୁଦ୍ରାର ଦାମ କମିବା ପରେ ଭାରତୀୟ ରିଜର୍ଭ ବ୍ୟାଙ୍କ ବହୁମାତ୍ରାର ଡଲାର ବିକ୍ରି କରିଦେଇଛନ୍ତି । ଏହି କାରଣରୁ ଦେଶରେ ବିଦେଶୀ ମୁଦ୍ରାଭଣ୍ଡାର ଦୟନୀୟ ସ୍ଥିତିକୁ ଆସିଯାଇଥିବା କଥା କୁହାଯାଉଛି । ସେପ୍ଟେମ୍ବର ୨ ତାରିଖରେ ସମାପ୍ତ ହୋଇଥିବା ସପ୍ତାହ ମୁତାବକ ଭାରତର ବିଦେଶୀ ମୁଦ୍ରାଭଣ୍ଡାର ୨୩ ମାସ ମଧ୍ୟରେ ସର୍ବନିମ୍ନ ସ୍ତରକୁ ଆସିଛି । ଏଥିରେ ସବୁଠାରୁ ଅଧିକ ଘାଟା ଫରେନ କରେନ୍ସିରେ ଦେଖିବାକୁ ମିଳିଛି । ରିଜର୍ଭବ୍ୟାଙ୍କ ତରଫରୁ ଜାରି କରାଯାଇଥିବା ରିପୋର୍ଟ ମୁତାବକ ଏବେ ଭାରତରେ ବିଦେଶୀ ମୁଦ୍ରା ଭଣ୍ଡାରରେ ମାତ୍ର ୫୫୩.୧୦୫ ଆରବ ଡଲାର ରହିଛି । ଅନ୍ୟପଟେ ସେପ୍ଟେମ୍ବର ୨ ତାରିଖରେ ଆସିଥିବା ରିପୋର୍ଟ ମୁତାବକ ଏବେ ଦେଶରେ ଗୋଲ୍ଡ ରିଜର୍ଭରେ ୧.୩୩୯ ଆରବ ଡଲାର କମିଛି । ଏହାପରେ ଦେଶରେ ଗୋଲ୍ଡ ରିଜର୍ଭରେ ୩୮.୩୦୩ ଆରବ ଡଲାର ରହିଛି । ଆଇଏମଏଫର ରିପୋର୍ଟ ମୁତାବକ ଏବେ ଦେଶରେ ରିଜର୍ଭ ପୋଜିନ ୨.୪ କୋଟି ଡଲାରରୁ ଖସିଆସି ୪.୯୦୨ ଡଲାରରେ ପହଞ୍ଚିଛି ।
“The eyes believe themselves, the ears believe other people.”
More Stories
ରାତିରେ ହଇରାଣ କରୁଛି କି ଆପଣଙ୍କ ଶିଶୁ
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର