The Topmost

“The eyes believe themselves, the ears believe other people.”

ସର୍ଚ୍ଚ ଅପରେସନରେ ଲାଗିଲେ 2 ହଜାର ସୈନ୍ୟ

ଜମ୍ମୁକାଶ୍ମୀରର ପୁଂଛ ସେକ୍ଟରରେ ଆତଙ୍କବାଦୀଙ୍କ ଆକ୍ରମଣ ନେଇ ବଡ ଖୁଲାସା ହୋଇଛି । ଆଇ ବି ରିପୋର୍ଟ ଅନୁସାରେ, ବିଜି ସେକ୍ଟରରେ ଆତଙ୍କବାଦୀମାନେ ଆକ୍ରମଣ ପାଇଁ ଷ୍ଟିକି ବମର ବ୍ୟବାହାର କରିଥିଲେ । ଗୃହ ମନ୍ତ୍ରାଳୟକୁ ଏନେଇ ସମସ୍ତ ସୂଚନା ଦେଇଛି ଆଇ.ବି । ଆତଙ୍କବାଦୀମାନେ ସେନାର ଗାଡି ଉପରକୁ ୩୬ ରାଉଣ୍ଡ ଗୁଳିମାଡ କରିଛନ୍ତି । ଏହାସହିତ ଆକ୍ରମଣରେ ଆତଙ୍କବାଦୀମାନେ ଷ୍ଟିଲ୍ ବୁଲେଟର ବ୍ୟବହାର କରିଥିଲେ । ଅନ୍ୟପଟେ ଫରେନ୍ସିକ୍ ଟିମ୍ ଘଟଣାସ୍ଥଳରୁ ସମସ୍ତ ସାମ୍ପୁଲ ଏକାଠି କରି ଯାଞ୍ଚ ଆରମ୍ଭ କରିଦେଇଛି । ଘଟଣାସ୍ଥଳରୁ ଫରେନ୍ସିକ୍ ଟିମକୁ ୨ଟି ଗ୍ରେନେଡ୍ ପିନ୍ ମିଳିଛି । ତେବେ ସାଥୀ ଯବାନଙ୍କ ମୃତ୍ୟୁର ପ୍ରତିଶୋଧ ନେବା ପାଇଁ ସ୍ଥାନୀୟ ପୋଲିସଙ୍କ ସହ ମିଶି ଏକ ଆକ୍ସନ ପ୍ଲାନ୍ ବନାଇଛି ଭାରତୀୟ ସେନା । ପ୍ରାୟ ୨୦୦୦ ସୈନ୍ୟଙ୍କୁ ଏହି ସର୍ଚ୍ଚ ଅପରେସନରେ ଲଗାଯାଇଛି । ଖବର ମିଳିଛି କି, ନିକଟସ୍ଥ ଅଞ୍ଚଳରେ ଆତଙ୍କବାଦୀମାନେ ଲୁଚି ରହିଛନ୍ତି । ଖବର ମିଳିବା ପରେ ସର୍ଚ୍ଚ ଅପରେସନକୁ ଜୋରଦାର କରିଦିଆଯାଇଛି ।