The Topmost

“The eyes believe themselves, the ears believe other people.”

ସରୁନି ପାକିସ୍ତାନର ଦୁଃଖ

ପାକିସ୍ତାନର ଖରାପ ଦିନ ଶେଷ ହେବାର ନାଁ ଧରୁନି । ଆର୍ଥିକ ସଙ୍କଟ ମଧ୍ୟରେ ଗତି କରୁଥିବା ପାକିସ୍ତାନ ସ୍ଥିତି ବର୍ତ୍ତମାନ ସଂପୂର୍ଣ୍ଣ ବେହାଲ ହୋଇଗଲାଣି । ବିଭିନ୍ନ ଖାଦ୍ୟ ସାମଗ୍ରୀର ଦାମ ଆକାଶ ଛୁଆଁ ହୋଇଥିବା ବେଳେ ଲୋକମାନେ ଆବଶ୍ୟକ ଜିନିଷ ପାଉନାହାନ୍ତି । ଏହାକୁ ନେଇ ଅତ୍ୟନ୍ତ ଦୟନୀୟ ସ୍ଥିତିରେ ଥିବା ପାକିସ୍ତାନ ଏବେ ନୂଆ ସଙ୍କଟରେ ଫସିଛି । ପାକିସ୍ତାନ ସରକାରଙ୍କୁ ୨୦୨୩ ଏପ୍ରିଲ ମାସରୁ ୨୦୨୬ ଜୁନ ମାସ ମଧ୍ୟରେ ମୋଟ ୭୭ ବିଲିୟନ ଡଲାରର ବିଦେଶୀ ଋଣ ପୈଠ କରିବାକୁ ପଡ଼ିବ । ଚୀନ ଓ ସାଉଦି ଆରବକୁ ପାକିସ୍ତାନ ଏହି ଋଣ ବାବଦ ଅର୍ଥ ଦେବ । ଯଦି ପାକିସ୍ତାନ ଏହାକୁ ପୈଠ ନ କରିପାରିବେ, ତା’ହେଲେ ଦେଶକୁ ଦେବାଳିଆ ମଧ୍ୟ ଘୋଷଣା କରାଯାଇପାରେ ।