ଇମ୍ରାନ ଖାନଙ୍କ ଲାହୋର ସ୍ଥିତ ଜମାନ ପାର୍କ ବାସଭବନରେ ଆରମ୍ଭ ହୋଇପାରେ ପୋଲିସ ଅପରେସନ । ଘରେ ୪୦ ଆତଙ୍କବାଦୀ ଥିବା ନେଇ ଅଭିଯୋଗ ହେବା ପରେ ଆକ୍ସନ ମୋଡରେ ପୋଲିସ । ଦିଆଯାଇଥିବା ୨୪ ଘଣ୍ଟାର ଡେଡଲାଇନ୍ ସରିବା ପରେ କୌଣସି ମୁହୂର୍ତ୍ତରେ ଇମ୍ରାନଙ୍କ ଘରେ ପଶିପାରେ ପୋଲିସ । ଆତଙ୍କବାଦୀଙ୍କୁ ୨୪ ଘଣ୍ଟା ଭିତରେ ପୋଲିସ ହାତରେ ଅର୍ପଣ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଆତଙ୍କୀଙ୍କୁ ବାହାର କରିବା ଲାଗି ପୋଲିସ ଅପରେସନ ଆରମ୍ଭ କରିବା ସହ ଇମ୍ରାନଙ୍କ ବାସଭବନକୁ ଘେରି ରହିଛନ୍ତି । ସେପଟେ ପଞ୍ଜାବ ସରକାର କହିଛନ୍ତି ଡେଡଲାଇନ ସରିଥିବାରୁ ଇମ୍ରାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଇମ୍ରାନଙ୍କ ବାସଭବନ ଚାରିପାଖେ ଅସ୍ତ୍ରଧାରୀ ପୋଲିସ ପଇଁତରା ମାରୁଥିବାବେଳେ ସମସ୍ତ ରାସ୍ତାକୁ ସିଲ୍ କରିଦିଆଯାଇଛି । ଏହାସହ ପୋଲିସ ବାହିନୀକୁ ସତର୍କ ରଖାଯାଇଛି ।
More Stories
ପିଏମ୍ ସ୍ୱନିଧି ଯୋଜନାରେ ବଡ ପରିବର୍ତ୍ତନ
ପିଲାଙ୍କ ଠାରେ ଏପରି ସମସ୍ୟା ଦେଖିଲେ ହୁଅନ୍ତୁ ସାବଧାନ
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ