ଦେଶରେ ସମାନ ନାଗରିକ ସଂହିତା ବା ୟୁସିସି ପ୍ରସଙ୍ଗ ସରଗରମ ରହିଛି । ବିଶେଷକରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବୟାନ ପରେ ୟୁସିସିକୁ ନେଇ ରାଜନୀତି ତେଜିବାରେ ଲାଗିଛି । ଯେହେତୁ ଏହା ଏକ ସମ୍ବେଦନଶୀଳ ପ୍ରସଙ୍ଗ, ତେଣୁ ଏହା ଉପରେ ଲ’ କମିଶନ ବିଭିନ୍ନ ବର୍ଗର ମତାମତ ଲୋଡ଼ିଛନ୍ତି । ଆଉ ଏହାରି ଭିତରେ ୮ଲକ୍ଷରୁ ଅଧିକ ମତାମତ ଏହା ଉପରେ ମିଳିସାରିଥିବା ଜଣାପଡ଼ିଛି । ତେବେ କେନ୍ଦ୍ର ସରକାର ରାଜ୍ୟ ସଭାରେ ଏହି ବିଲ୍ ପାସ୍ କରାଇପାରିବେ କି ନାହିଁ, ସେନେଇ ପ୍ରଶ୍ନ ଉଠିବାରେ ଲାଗିଛି । କାରଣ ସରକାରଙ୍କ ପାଖରେ ବହୁମତ ନାହିଁ । ରାଜ୍ୟସଭାର ମୋଟ କ୍ଷମତା ହେଉଛି ୨୪୫ । ବର୍ତ୍ତମାନ ରାଜ୍ୟସଭାରେ ୨୩୭ ଜଣ ସଦସ୍ୟ ଅଛନ୍ତି । ୮ଟି ଆସନ ଖାଲି ପଡ଼ିଛି । ରାଜ୍ୟସଭାରେ ବିଲ୍ ଆଗତ ପାଇଁ ସରକାରଙ୍କୁ ଦରକାର ୧୧୯ ସାଂସଦଙ୍କ ସମର୍ଥନ । ବିଜେପି ଓ ସହଯୋଗୀ ଦଳ ପାଖରେ ରହିଛି ୧୦୯ ସାଂସଦଙ୍କ ସମର୍ଥନ । ଏପରି ସ୍ଥିତିରେ ବହୁମତ ପାଇଁ ଏନଡିଏକୁ ସରକାର ଆଉ ୧୦ ସାଂସଦଙ୍କ ସମର୍ଥନ । ରାଜ୍ୟସଭାରେ ଆମ୍ ଆଦମୀ ପାର୍ଟିର ୧୦ଜଣ ସାଂସଦ ଅଛନ୍ତି । ଯଦି ଆପ୍ ସମର୍ଥନ ଦିଏ, ତେବେ ବିଜେପି ବହୁମତ ହାସଲ କରିପାରିବ । ଯଦି ବହୁମତ ନମିଳେ, ତେବେ କେନ୍ଦ୍ର ସରକାରଙ୍କ ପକ୍ଷେ ବିଲକୁ ପାସ କରାଇବା କଷ୍ଟକର ହୋଇପାରେ । ସେପଟେ ସମାନ ନାଗରିକ ସଂହିତାକୁ ଆମ ଆଦମୀ ପାର୍ଟି ୟୁସିସିକୁ ସମର୍ଥନ ଜଣାଛଇଥିବା ବେଳେ କଂଗ୍ରେସ ସମେତ ଅନେକ ବିରୋଧୀ ଦଳ ଏହାକୁ ବିରୋଧ କରିଛନ୍ତି । ସେପଟେ ଉତରାଖଣ୍ଡରେ ୟୁସିସିକୁ ନେଇ ଗଠିତ କମିଟି ଡ୍ରାଫ୍ଟ ପ୍ରସ୍ତୁତ କରିସାରିଛି । କମିଟି କହିଛି, ଡ୍ରାଫ୍ଟକୁ ଶୀଘ୍ର ସରକାରଙ୍କୁ ହସ୍ତାନ୍ତର କରାଯିବ ।
More Stories
ଘରେ ବୟସ୍କ ମାନଙ୍କର କେମିତି ନେବେ ଯତ୍ନ
କେମିତି ଜାଣିବେ ପେଟ୍ରୋଲ୍ ଡିଜେଲ ଭର୍ତ୍ତିରେ କେତେ ହେଉଛି ଠକେଇ
ଡେଲିଭରି ବୟଙ୍କୁ ପୋଲିସଙ୍କ ଅତ୍ୟାଚାର, ଦେଖିଲେ ଛାତି ଥରି ଉଠିବ