ଦିଲ୍ଲୀ ପରେ ପଂଜାବ ଆପ୍ର ଗୁରୁତର ଅଭିଯୋଗ । ସରକାର ଭାଙ୍ଗିବା ପାଇଁ ବିଧାୟକ ପିଛା ୨୫ କୋଟି ଅଫର ଦେଇଛି ବିଜେପି । ପଂଜାବରେ ଭଗୱନ୍ତ ମାନ୍ ସରକାର ଭାଙ୍ଗିବା ପାଇଁ ବିଜେପି ଆପ୍ର ୧୦ ଜଣ ବିଧାୟକଙ୍କୁ ୨୦-୨୫ କୋଟି ଟଙ୍କା ଅଫର୍ ଦେଇଛି ବୋଲି ଅଭିଯୋଗ ହୋଇଛି । ଚଣ୍ଡିଗଡ଼ରେ ଗଣମାଧ୍ୟମକୁ ଉଦ୍ବୋଧନ ଦେଇ ପଂଜାବ ଅର୍ଥମନ୍ତ୍ରୀ ହରପାଲ ସିଂହ ଚିମା ଅଭିଯୋଗ କରିଛନ୍ତି ଯେ ବିଜେପିର ‘ଅପରେସନ ଲୋଟସ୍’ ଅଧୀନରେ ରାଜ୍ୟରେ କିଛି ଆପ୍ ବିଧାୟକଙ୍କୁ ବିଜେପିରେ ଯୋଗ ଦେବାପାଇଁ ଅନୁରୋଧ କରାଯାଇଛି । ଦିଲ୍ଲୀରେ ବିଜେପିର ଅପରେସନ୍ ଲୋଟସ୍ ବିଫଳ ହେବାପରେ ଏହା ଏବେ ପଂଜାବରେ ଅପରେସନ୍ ଲୋଟସ୍ ଆରମ୍ଭ କରିଛି । ପ୍ରାୟ ୭ରୁ ୧୦ ଜଣ ଆପ୍ ବିଧାୟକଙ୍କୁ ୨୦-୨୪ କୋଟି ଟଙ୍କା ଏବଂ ମନ୍ତ୍ରୀ ପଦର ଲୋଭ ଦେଖାଇ ସେମାନଙ୍କୁ ବିଜେପିରେ ଯୋଗ ଦେବାକୁ ଅନୁରୋଧ କରାଯାଇଥିଲା ବୋଲି ବରିଷ୍ଠ ଆପ୍ ନେତା ଦାବି କରିଛନ୍ତି । ସେମାନଙ୍କୁ ଦିଲ୍ଲୀ ଡକାଯାଇଥିଲା । ଦିଲ୍ଲୀରେ ସେମାନଙ୍କୁ ୨୫ କୋଟି ଟଙ୍କା ମିଳିବ ବୋଲି କୁହାଯାଇଥିଲା । ସାଙ୍ଗରେ ଅଧିକ ବିଧାୟକଙ୍କୁ ଆଣିଲେ ଆହୁରି ଅଧିକ ଟଙ୍କା ମିଳିବ ବୋଲି କୁହାଯାଇଥିଲା । ଦିଲ୍ଲୀ ଏବଂ ପଂଜାବରୁ ବରିଷ୍ଠ ବିଜେପି ନେତାମାନେ ଏହି ଅଫର୍ ଦେଇଥିବା ମନ୍ତ୍ରୀ ଅଭିଯୋଗ କରିଛନ୍ତି । ଦଳ ଏନେଇ ସଠିକ୍ ସମୟରେ ପ୍ରମାଣ ମଧ୍ୟ ରଖିବ ବୋଲି ସେ କହିଛନ୍ତି । ଅନ୍ୟପକ୍ଷେ ପଂଜାବ ବିଜେପି ଏଭଳି ଅଭିଯୋଗକୁ ଭିତ୍ତିହୀନ ଏବଂ ମିଥ୍ୟା ବୋଲି କହିଛି ।
“The eyes believe themselves, the ears believe other people.”
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ