ଏଣିକି ସରକାରୀ କାର୍ଯ୍ୟାଳୟରେ ବ୍ୟବହାର ହେବ ବ୍ୟାଟେରୀ ଚାଳିତ ଗାଡ଼ି । ଏନେଇ ବିଭିନ୍ନ ପ୍ରସ୍ତାବ ଉପରେ ବିଚାର ବିମର୍ଶ ଚାଲିଛି । ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ପରିବହନ କମିଶନରଙ୍କୁ ଏନେଇ ଚିଠି ଲେଖାଯାଇଛି । କଟକ ଓ ଭୁବନେଶ୍ୱରରେ ଯାନବାହାନ ଚଳାଚଳର ଅଧିକ ବ୍ୟବହାର ହେଉଛି । ତେଣୁ ସରକାରୀ ଅଫିସରେ କିଛି ପରିମାଣରେ ଇଲେକ୍ଟ୍ରିକ ଗାଡ଼ି ବ୍ୟବହାର କରିବାକୁ ଚିନ୍ତା କରାଯାଉଛି । ପ୍ରତି ଅଫିସରେ କିଛି ପେଟ୍ରୋଲ ଓ ଡିଜେଲ ଗାଡି ଭଡ଼ାରେ ଅଣାଯାଇଛି । କିଛି ଇଲେକଟ୍ରିକ୍ ବସ୍ ବି ଚାଲିଲାଣି । ଏକ ଉଚ୍ଚସ୍ତରୀୟ ବୈଠକରେ ସରକରୀ କାର୍ଯ୍ୟାଳୟରେ ଇଲେକଟ୍ରିକ୍ ଗାଡ଼ି ବ୍ୟବହାର ନେଇ ଚିନ୍ତା କରାଯିବ ।
“The eyes believe themselves, the ears believe other people.”
More Stories
କେବେ ଥମିବ ଅପରାଧ, ୩ ବର୍ଷରେ ୮୧୯ ଦୁଷ୍କର୍ମ
ଓଡିଶା ସୀମାକୁ ଘେରିଛନ୍ତି 2000 ନକ୍ସଲ୍
ରାସନ୍ କାର୍ଡ ପାଇଁ ପୁଣି ଥରେ ଭରିବାକୁ ପଡିବ ଆପ୍ଲିକେସନ୍