କର୍ଣ୍ଣାଟକରେ ବଡ ଘୋଷଣା କରିଛି କଂଗ୍ରେସ । ସରକାରକୁ ଆସିଲେ ୨ ଶହ ୟୁନିଟ୍ ମାଗଣା ବିଜୁଳି । ବିଜେପିକୁ ସତ୍ତାରୁ ହଟେଇବା ପାଇଁ ଏଭଳି ଘୋଷଣା କରିଛି କଂଗ୍ରେସ । ପ୍ରଜା ଧ୍ୱନି ନାମକ ନିର୍ବାଚନୀ ଯାତ୍ରାର ଶୁଭାରମ୍ଭ କରିବା ସହିତ କଂଗ୍ରେସୀ ନେତା ଏକ ବଡ ଘୋଷଣା କରିଛନ୍ତି । କର୍ଣ୍ଣାଟକ ପ୍ରଦେଶ କଂଗ୍ରେସର ଅଧ୍ୟକ୍ଷ ଡିକେ ଶିବକୁମାର ଓ ବିଧାନସଭାରେ ବିରୋଧୀ ଦଳ ନେତା ଥିବା ସିଦ୍ଧରମୈୟାଙ୍କ ନେତୃତ୍ୱରେ ଏହି ଯାତ୍ରା ଆରମ୍ଭ ହୋଇଥିଲା । ଆଉ ଏହି ନିର୍ବାଚନୀ ରାଲିରେ ସରକାରକୁ ଆସିଲେ ୨୦୦ ୟୁନିଟ୍ ମାଗଣା ବିଜୁଳି ଦେବାକୁ କଂଗ୍ରେସ ପ୍ରତିଶ୍ରୁତି ଦେଇଛି । କର୍ଣ୍ଣାଟକର ପ୍ରଦେଶ କଂଗ୍ରେସ କମିଟିର ଅଧ୍ୟକ୍ଷ ଡିକେ ଶିବକୁମାର ଆଜି ରାଲିରେ ଏହି ଘୋଷଣା କରିଛନ୍ତି । ସେ କହିଛନ୍ତି, ଆଗାମୀ ଦିନରେ ଯଦି କଂଗ୍ରେସ କର୍ଣ୍ଣାଟକରେ ସରକାରକୁ ଫେରେ, ତେବେ ରାଜ୍ୟରେ ୨ଶହ ୟୁନିଟ୍ ପର୍ଯ୍ୟନ୍ତ ମାଗଣା ବିଜୁଳି ଯୋଗାଇ ଦିଆଯିବ ।
More Stories
ଘରେ ବୟସ୍କ ମାନଙ୍କର କେମିତି ନେବେ ଯତ୍ନ
କେମିତି ଜାଣିବେ ପେଟ୍ରୋଲ୍ ଡିଜେଲ ଭର୍ତ୍ତିରେ କେତେ ହେଉଛି ଠକେଇ
ଡେଲିଭରି ବୟଙ୍କୁ ପୋଲିସଙ୍କ ଅତ୍ୟାଚାର, ଦେଖିଲେ ଛାତି ଥରି ଉଠିବ