ନିଲମ୍ବିତ ହେଲେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଆସିଷ୍ଟାଣ୍ଟ ପ୍ରଫେସର ରଜତ କୁଜୁର । ଅଭିଯୋଗ ପରେ ନିଲମ୍ବିତ ହେଲେ ଆସିଷ୍ଟାଣ୍ଟ ପ୍ରଫେସର ଡକ୍ଟର ରଜତ କୁଜର । ବିଶ୍ୱବିଦ୍ୟାଳୟ ଆଭ୍ୟନ୍ତରୀଣ କମିଟିର ୯ ଜଣିଆ ଟିମକୁ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏହା ସହ ତଦନ୍ତ ପ୍ରକ୍ରିୟା ଶେଷ ନହେବା ଯାଏଁ ବିଶ୍ୱବିଦ୍ୟାଳୟ ପକ୍ଷରୁ ତାଙ୍କୁ ନିଲମ୍ବିତ କରାଯାଇଛି । ଆସିଷ୍ଟାଣ୍ଟ ପ୍ରଫେସରଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ ଜଣେ ମହିଳା ଆସିଷ୍ଟାଣ୍ଟ ପ୍ରଫେସର । ରାଜନୀତି ବିଜ୍ଞାନର ଜଣେ ମହିଳା ଆସିଷ୍ଟାଣ୍ଟ ପ୍ରଫସର ଅଭିଯୋଗ କରିଛନ୍ତି ଯେ, ପ୍ରଫେସର ରଜତ କୁଜୁରୁ ତାଙ୍କୁ ୭ ବର୍ଷ ହେଲା ମାନସିକ ନିର୍ଯାତନା ଦେଇ ଆସୁଛନ୍ତି । ଏନେଇ ସେ ବିଶ୍ୱବିଦ୍ୟାଳୟ କର୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିଛନ୍ତି । ୨୮ ତାରିଖରେ ଏହି ତଦନ୍ତ କମିଟିର ବୈଠକ ବସିବ । ମାନସିକ ନିର୍ଯାତନା ଅଭିଯାଗକୁ ପ୍ରଫେସର ରଜତ କୁଜୁରୁ ଖଣ୍ଡନ କରିଛନ୍ତି ।
More Stories
CSM Synapse 4.0 ରେ ଜିତିଲେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ