ସମ୍ବଲପୁରରେ ଏନ୍କାଉଣ୍ଟର । ଏନ୍କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଜାକବ ଗୁରୁତର ଆହତ ହୋଇଛି। ତାକୁ ବୁର୍ଲା ମେଡ଼ିକାଲ୍ରେ ଭର୍ତ୍ତି କରାଯାଇଛି। ଜାକବ ମଦ ଦୋକାନ ଚୋରି ଅଭିଯୋଗରେ ସମ୍ପୃକ୍ତ ଥିଲା। ତା’ ଛଡ଼ା ଅନ୍ୟ ୧୧ ଅଭିଯୁକ୍ତଙ୍କୁ ପୁଲିସ୍ ଗିରଫ କରିଛି। ଏନେଇ ସମ୍ୱଲପୁର ଏସ୍ପି ସୂଚନା ଦେଇଛନ୍ତି । ସୂଚନା ଅନୁସାରେ, ଶୁକ୍ରବାର ବିଳମ୍ବିତ ରାତିରେ ସଦର ଥାନା ଅଞ୍ଚଳରେ ଏକ ମଦ ଦୋକାନରେ ଡକାୟତି ହୋଇଥିଲା। ଏହି ୧୦ରୁ ୧୨ ଜଣଙ୍କ ସମ୍ପୃକ୍ତି ଥିଲା। ଏ ନେଇ ଅଭିଯୋଗ ହେବା ପରେ ପୁଲିସ୍ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଉଥିଲା। ଆଜି ଡକୟତମାନେ କେନଘାଟି ନିକଟରେ ଡକାୟତି ପାଇଁ ଯୋଜନା କରୁଥିଲେ। ଏ ସମ୍ପର୍କରେ ଜାଣିପାରି ପୁଲିସ ଚଢ଼ଉ କରିଥିଲେ। ଡକାୟତମାନେ ପୁଲିସ୍ ଉପରକୁ ଫାୟାରିଂ କରିଥିଲେ। ପୁଲିସ୍ ଏହାର ଜବାବ ଦେଇଥିଲା। କ୍ରସ୍ ଫାୟାରିଂରେ ଜାକବ ଆହତ ହୋଇଥିଲା। ତା’ ଗୋଡ଼ରେ ବାଜିଥିଲା ଗୁଳି। ଗିରଫ ଅଭିଯୁକ୍ତଙ୍କଠାରୁ ପୁଲିସ ନଗଦ ୩ ଲକ୍ଷ ୨୦ ହଜାର ଟଙ୍କା, ୨ଟି ବନ୍ଧୁ, ୨ଟି ଭୁଜାଲି, ୪ଟି ବଡ଼ ଛୁରୀ ଓ ୨ଟି ଲୁହା ରଡ୍ ଜବତ କରିଛି। ଆହତ ହୋଇଥିବା ଦୁର୍ଦ୍ଦାନ୍ତ ଜାକବ ନାଁରେ କୋରାପୁଟ୍ ଜିଲ୍ଲାର ବିଭିନ୍ନ ଥାନାରେ ୧୦ରୁ ୧୨ଟି ମାମଲା ରହିଛି। ଅନ୍ୟ ଅଭିଯୁକ୍ତଙ୍କ ରେକର୍ଡ ଯାଞ୍ଚ କରାଯାଉଛି ବୋଲି ପୁଲିସ୍ କହିଛି।
More Stories
ଡାକ୍ତରଙ୍କ ମନମୁଖି ଓପିଡି ବନ୍ଦ ଘୋଷଣା
ନବଜାତକଙ୍କ ପାଇଁ ସରକାରୀ ଟୀକା କେତେ ଜରୁରୀ
CSM Synapse 4.0 ରେ ଜିତିଲେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍