ସମ୍ବଲପୁରରେ ଆହୁରି କୋହଳ ହେଲା କଟକଣା । ଆଜିଠୁ ସକାଳ ୫ଟାରୁ ରାତି ୧୦ଟା ଯାଏଁ କର୍ଫ୍ୟୁ କୋହଳ । ଏବେ କେବଳ ରାତିରେ ୭ ଘଣ୍ଟା ଜାରି ରହିବ କଟକଣା । କଟକଣା କୋହଳ ହେବା ଯୋଗୁ ଆଶ୍ୱସ୍ତ ହୋଇଛନ୍ତି ଉଠା ଦୋକାନୀ । କଟକଣା ଯୋଗୁ ଉଠାଦୋକାନୀମାନେ ରାସ୍ତାରେ ବିକ୍ରି କରିପାରୁନଥିଲେ । ଫଳରେ ନିଜର ଗୁଜରାଣ ମେଣ୍ଟାଇବା ପାଇଁ ଅନେକ ସମସ୍ୟା ଭୋଗୁଥିଲେ । ସମ୍ବଲପୁର ଘଟଣାକୁ ୧୧ ଦିନ ବିତିଯାଇଥିଲେ ମଧ୍ୟ ସ୍ଥିତିରେ ସୁଧାର ଅବ୍ୟାହତ ରହିଛି । ଏପରି ସ୍ଥିତିରେ ପ୍ରଶାସନ ପକ୍ଷରୁ ପର୍ଯ୍ୟାୟକ୍ରମେ କର୍ଫ୍ୟୁ କଟକଣା କୋହଳ କରାଯାଉଛି ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା