ସମ୍ବଲପୁରରେ ଆଜି ଠାରୁ ସ୍ୱାଭାବିକ ହୋଇପାରେ ଇଣ୍ଟରନେଟ୍ ସେବା । ସପ୍ତାହେରୁ ଅଧିକ ଦିନ ଧରି ଜିଲ୍ଲାରେ ଇଣ୍ଟରନେଟ୍ ସେବା ବନ୍ଦ ରହିଛି । ତେବେ ମୋବାଇଲ ଇଣ୍ଟରନେଟ୍ ସେବା ଶନିବାର ସନ୍ଧ୍ୟା ୬ଟାରୁ ମିଳିବ ବୋଲି କୁହାଯାଉଥିଲା । କିନ୍ତୁ ସମ୍ବଲପୁର ସହରର ସ୍ଥିତିକୁ ଆଖିରେ ରଖି ଇଣ୍ଟରନେଟ୍ ବନ୍ଦ ଅବଧିକୁ ଆହୁରି ବଢାଇ ଦେଇଥିଲା ପ୍ରଶାସନ । ଆଜି ସକାଳ ୬ଟାରୁ ମୋବାଇଲ ଇଣ୍ଟରନେଟ୍ ସେବା ସହରରେ ମିଳିବ ବୋଲି ସେପଟେ ସମ୍ବଲପୁରରେ ପୁଣି କର୍ଫ୍ୟୁ କଟକଣା କୋହଳ ସମୟ ବଢାଇଛି ଜିଲ୍ଲା ପ୍ରଶାସନ ।ଭୋର ୫ଟାରୁ ରାତି ୮ ଯାଏଁ କଟକଣାକୁ କୋହଳ କରାଯାଇଛି । ସ୍ଥିତିରେ ସୁଧାର ଆସୁଥିବାରୁ କଟକଣା କୋହଳ ଅବଧିକୁ ଆହୁରି ଘଂଟାଏ ବଢାଇଥିବା ସୂଚନା ରହିଛି ।
More Stories
CSM Synapse 4.0 ରେ ଜିତିଲେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ