ସମ୍ବଲପୁର ସହରରୁ ସଂପୂର୍ଣ୍ଣ ଭାବେ କର୍ଫ୍ୟୁ କଟକଣା ହଟିଛି । ଦୀର୍ଘ ୧୪ ଦିନ ପରେ ସମ୍ବଲପୁର ସହରରୁ କର୍ଫ୍ୟୁକଟକଣା ସଂପୂର୍ଣ୍ଣ ହଟିଛି । ଧନୁପାଲି ଥାନା ଓ ଟାଉନ ଥାନା ଅଂଚଳରୁ କର୍ଫ୍ୟୁକଟକଣା ଗତକାଲି ରାତି ୧୧ଟାରୁ ହଟିଛି । ଏବେ ସମ୍ବଲପୁର ସହରରେ ସ୍ଥିତି ସ୍ୱାଭାବିକ ହୋଇଛି । ଅନ୍ୟପଟେ ସମ୍ବଲପୁର ହିଂସାକାଣ୍ଡକୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି । ହିଂସା ନେଇ ଏସପିଙ୍କୁ ଆଗୁଆ ସତର୍କ କରିଥିଲା ଗୁଇନ୍ଦା ବିଭାଗ । ସମ୍ବଲପୁର ଜିଲ୍ଲା ଏସପିଙ୍କୁ ଚିଠି ଲେଖି ସତର୍କ ରହିବାକୁ ସୂଚନା ଦେଇଥିଲେ ଗୁଇନ୍ଦା ଏସପି । ସେହି ସମୟର ଚିଠି ଏବେ ସାମ୍ନାକୁ ଆସିଛି । ହିଂସାକାଣ୍ଡର ଦିନକ ପୂର୍ବରୁ ୧୧ ତାରିଖରେ ଏହି ଚିଠି ଲେଖାଯାଇଥିଲା । ୧୨ ଏପ୍ରିଲରେ ହନୁମାନ ଜୟନ୍ତୀ ସମନ୍ୱୟ ସମିତି ବିଶେଷ କରି ବଜରଙ୍ଗ ଦଳର ସଦସ୍ୟ ବିଶାଳ ବାଇକ୍ ରାଲି କରିବା ନେଇ ଚିଠିରେ ଉଲ୍ଲେଖ ରହିଛି । ଏହି ରାଲି ସମୟରେ ସାମ୍ପ୍ରଦାୟିକ ସଦଭାବ ବିଗିଡିପାରେ ବୋଲି ଚିଠିରେ ଉଲ୍ଲେଖ ରହିଛି । ଚିଠିରେ ଲେଖାଯାଇଛି ହନୁମାନ ଜୟନ୍ତୀ ସମନ୍ୱୟ ସମିତିର ବାଇକ୍ ରାଲି ମୁସଲମାନ ପ୍ରବଣ ଏରିଆ ଦେଇ ଗତି କରିବ । ଏହି ସମୟରେ ଜୟ ଶ୍ରୀରାମ, ଜୟ ହନୁମାନ ଭଳି ସ୍ଲୋଗାନ୍ ଦେବା ସହ ଅଣ ହିନ୍ଦୁ ଯଦି କିଛି ସ୍ଲୋଗାନ ଦିଅନ୍ତି ତାହାଲେ ଗଣ୍ଡଗୋଳ ପରିସ୍ଥିତି ସୃଷ୍ଟି ହୋଇପାରେ ବୋଲି ସତର୍କ କରା ଯାଇଥିଲା ।
“The eyes believe themselves, the ears believe other people.”
More Stories
ରାଜ୍ୟରେ ପୁଣି ଲଜ୍ଜା, ଗଣ ଦୁଷ୍କର୍ମ ସହ ହତ୍ୟା ଆରୋପ
ଏଥର ଏସସିବିରେ ଉପଲବ୍ଧ ଏମ୍ଏନ୍ସିୟୁ ସୁବିଧା, ମା ସହ ଚିକିତ୍ସା ପାଇବେ ଶିଶୁ
ଓଡ଼ିଶାରେ ସୃଷ୍ଟି ହେଲେ ୧୦ ଲକ୍ଷରୁ ଅଧିକ ଲକ୍ଷପତି ଦିଦି