ବେଙ୍ଗାଲୁରୁ ରାଜ ଭବନରେ ୨୪ଜଣ ବିଧାୟକଙ୍କୁ ନୂଆ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରାଇ କର୍ଣ୍ଣାଟକ ରାଜ୍ୟ କ୍ୟାବିନେଟ୍ ସମ୍ପ୍ରସାରଣ କରାଯାଇଛି । ନିୟମାନୁସାରେ, କର୍ଣ୍ଣାଟକ ସରକାରରେ ୩୪ଜଣ ମନ୍ତ୍ରୀ ରହିପାରିବେ। ସେମାନଙ୍କ ମଧ୍ୟରୁ ମୁଖ୍ୟମନ୍ତ୍ରୀ ସିଦ୍ଦରମେୟା ଏବଂ ଉପମୁଖ୍ୟମନ୍ତ୍ରୀ ଡି. କେ. ଶିବକୁମାରଙ୍କ ସମେତ ୧୦ଜଣ ମେ ୨୦ ତାରିଖ ଦିନ ଶପଥ ଗ୍ରହଣ କରିଥିଲେ। ଆଜି ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବା ବିଧାୟକମାନଙ୍କ ମଧ୍ୟରେ ଅଛନ୍ତି, ଦୀନେଶ ଗୁଣ୍ଡୁ ରାଓ, କ୍ରିଷ୍ଣା ବୈରେ ଗୌଡ଼ା, ଈଶ୍ବର ଖାନ୍ଦ୍ରେ, ରହୀମ୍ ଖାଁ, ସନ୍ତୋଷ ଲାଡ୍, କେ. ଏନ୍. ରାଜନ୍ନା, କେ. ଭେଙ୍କଟେଶ, ଏଚ୍.ସି. ମହାଦେବାପ୍ପା, ବୈରତି ସୁରେଶ, ଶିବରାଜ ତଙ୍ଗଡ଼ି, ଆର୍. ବି. ତିମ୍ମପୁର, ବି. ନଗେନ୍ଦ୍ର, ଲକ୍ଷ୍ମୀ ହେବ୍ବାଲକାର୍, ମଧୁ ବାଙ୍ଗରପ୍ପା, ଡି. ସୁଧାକର, ଚେଲୁବାରାୟ ସ୍ବାମୀ, ମନକୁଲ ବୈଦ୍ୟ ଏବଂ ଏମ୍. ସି. ସୁଧାକର।
More Stories
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ
ସବୁ ପାକିସ୍ତାନୀଙ୍କ ଭିସା ରଦ୍ଦ କଲେ ସରକାର
ପାକିସ୍ତାନୀ ଏକ୍ସ ଆକାଉଣ୍ଟକୁ ବ୍ଲକ୍ କଲା ଭାରତ