ଆହୁରି ଶକ୍ତିଶାଳୀ ହେଲା ଭାରତୀୟ ତଟରକ୍ଷୀ ବାହିନୀ । ସମୁଦ୍ର କୂଳରେ ଶତ୍ରୁକୁ ଦିଆଯିବ କଡ଼ା ଜବାବ । ଇଣ୍ଡିଆନ କୋଷ୍ଟଗାର୍ଡରେ ସାମିଲ ହେଲା ଶକ୍ତିଶାଳୀ ଆଡଭାନ୍ସ ଲାଇଟ ହେଲିକପ୍ଟର ଏମକେ-୩ । ଏହି ଅତ୍ୟାଧୁନିକ ହେଲିକପ୍ଟରଟି ସମ୍ପୂର୍ଣ୍ଣ ଘରୋଇ । ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ ପକ୍ଷରୁ ଏହାର ନିର୍ମାଣ କରାଯାଇଛି । ଏହା ଏକ ମଲ୍ଟି ରୋଲ ହେଲିକପ୍ଟର । ଏଥିରେ ଅପଟିକାଲ ସେନସର ସହିତ ହାଇ ଇଣ୍ଟେନସିଟି ସର୍ଚ୍ଚ ଲାଇଟ ସୁବିଧା ରହିଛି । ଆକ୍ରମଣ ପାଇଁ ଏଥିରେ ଭାରି ମେସିନଗନ ଲଗା ଯାଇପାରିବ । ଏମକେ-୩କୁ ଏକ ଆମ୍ବୁଲାନ୍ସ ଭଳି ମଧ୍ୟ ଉପଯୋଗ କରାଯାଇପାରିବ । ଏହାକୁ ସମ୍ବେଦନଶୀଳ ଅଞ୍ଚଳରେ ମୁତୟନ କରାଯିବ ।
More Stories
ପିଏମ୍ ସ୍ୱନିଧି ଯୋଜନାରେ ବଡ ପରିବର୍ତ୍ତନ
ପିଲାଙ୍କ ଠାରେ ଏପରି ସମସ୍ୟା ଦେଖିଲେ ହୁଅନ୍ତୁ ସାବଧାନ
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ