ଶନିବାର ଦିନ ଲିବ୍ୟା ଉପକୂଳଠାରୁ ଦୂର ଭୂମଧ୍ୟସାଗରରେ ଗୋଟାଏ ଜାହାଜ ଦୁର୍ଘଟଣାଗ୍ରସ୍ତ ହେବାରୁ ମହିଳା ଓ ଶିଶୁଙ୍କ ସମେତ ଅନ୍ୟୂନ ୬୧ଜଣ ଶରଣାର୍ଥୀ ଓ ରାଜନୈତିକ ଆଶ୍ରୟ ଆଶାୟୀ ବୁଡ଼ିଯାଇଥିବା କଥା ‘ଇଣ୍ଟର୍ନ୍ୟାସ୍ନାଲ୍ ଅର୍ଗାନାଇଜେସନ୍ ଫର୍ ମାଇଗ୍ରେସନ’ (ଆଇଓଏମ୍) କହିଛି। ଜାହାଜରେ ୮୬ଜଣ ଲୋକ ଯାତ୍ରା କରୁଥିଲେ ବୋଲି ଦୁର୍ଘଟଣାରୁ ବର୍ତ୍ତି ଯାଇଥିବା ଲୋକମାନଙ୍କଠାରୁ ତଥ୍ୟ ସଂଗ୍ରହ କରି ଗତରାତିରେ ଲିବ୍ୟାସ୍ଥିତ ଏହି ସଙ୍ଗଠନର କାର୍ୟ୍ୟାଳୟ ସୂଚନା ଦେଇଛି। ଜାରି କରିଥିବା ବିବୃତିରେ ‘ଆଇଓଏମ୍’ କହିଛି, ଲିବ୍ୟାର ଉତ୍ତରପଶ୍ଚିମ ଉପକୂଳରେ ଅବସ୍ଥିତ ଜୁୱାରା ନଗରୀରୁ ଯାତ୍ରା ଆରମ୍ଭ କରିଥିବା ଉକ୍ତ ଜାହାଜଟି ସମ୍ଭବତଃ ଉତ୍ତାଳ ଢେଉଦ୍ବାରା ଓଲଟି ପଡ଼ିବାରୁ ଏତେ ସଂଖ୍ୟକ ପ୍ରବାସୀଙ୍କର ମୃତ୍ୟୁ ଘଟିଲା । ଦୁର୍ଘଟଣାସ୍ଥଳରୁ ପ୍ରାୟ ୨୫ଜଣ ଲୋକଙ୍କୁ ଉଦ୍ଧାର କରାଯାଇ ଲିବ୍ୟାସ୍ଥିତ ଅଟକ କେନ୍ଦ୍ରକୁ ପଠାଯାଇଛି। ଉଦ୍ଧାର କରାଯାଇଥିବା ଲୋକମାନଙ୍କୁ ଡାକ୍ତରୀ ଚିକିତ୍ସା ଯୋଗାଇ ଦିଆଯାଇଛି ଓ ସେମାନଙ୍କ ଅବସ୍ଥା ଭଲ ଥିବା କଥା ‘ଆଇଓଏମ୍’ କହିଛି।
More Stories
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ
ବିମାନ ଦୁର୍ଘଟଣାର ଚାଲିଛି ପୁଙ୍ଖାନୁପୁଙ୍ଖ ତଦନ୍ତ
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ