The Topmost

“The eyes believe themselves, the ears believe other people.”

ସମୁଦ୍ରରେ ବଢିବ ଭାରତର ଶକ୍ତି

ଏଣିକି ସମୁଦ୍ରରେ ବଢିବ ଭାରତର ଶକ୍ତି । ନୌସେନାରେ ସାମିଲ ହେବେ ୨୬ ରାଫେଲ । ଏନେଇ ଭାରତୀୟ ନୌସେନାକୁ ନୂଆ ଜ୍ଞାନକୌଶଳରେ ନିର୍ମିତ ଲଢୁଆ ବିମାନ ରାଫେଲ କିଣିବାକୁ ହୋଇଥିବା ପ୍ରସ୍ତାବକୁ ମଞ୍ଜୁରୀ ମିଳିସାରିଛି । ଏହି ଆଧାରରେ ନୌସେନାକୁ ୨୬ଟି ରାଫେଲ ମିଳିବ । ଡସାଲ୍ଟ ଏଭିଏସନର ଅଧ୍ୟକ୍ଷ ଓ ସିଇଓ ଏରିକ୍ ଟ୍ରେପିୟର କହିଛନ୍ତି ଯେ, ତାଙ୍କ ସଂସ୍ଥା ରାଫେଲ ସହ ଭାରତୀୟ ନୌସେନାର ଆଶା ପୂରଣ କରିବେ । ଫ୍ରାନ୍ସଠାରୁ ୨୬ଟି ରାଫେଲ ସହ ଫ୍ରାନ୍ସ ଦ୍ୱାରା ନିର୍ମିତ  ୩ଟି ସ୍କର୍ପିନ୍ କ୍ୟାଟାଗରୀର ବୁଡାଜାହାଜ କିଣିବାକୁ ଡିଲ ହୋଇସାରିଛି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ଏହି ପ୍ରସ୍ତାବକୁ ମଂଜୁରୀ ମିଳିଛି ।