ମା’ କାଳୀଙ୍କ ଆପତ୍ତିଜନକ ଫଟୋକୁ ଡିଲିଟ୍ କଲା ୟୁକ୍ରେନ୍ ପ୍ରତିରକ୍ଷା ମନ୍ତ୍ରଣାଳୟ । ଗତ ରବିବାର ଦିନ ୟୁକ୍ରେନ ପ୍ରତିରକ୍ଷା ମନ୍ତ୍ରଣାଳୟ ମା’ କାଳୀଙ୍କ ଏକ ଆପତ୍ତିଜନକ ଫଟୋକୁ ଟ୍ୱିଟ୍ କରିଥିଲା । ଏହି ଫଟୋ ୟୁକ୍ରେନ୍ ପ୍ରତିରକ୍ଷା ମନ୍ତ୍ରଣାଳୟ ଟ୍ୱିଟ୍ କରିବା ପରେ ଅନେକ ସମାଲୋଚନାର ଶିକାର ହୋଇଥିଲା । ଏହି ଫଟୋକୁ ନେଇ ଭାରତୀୟମାନେ ସୋସିଆଲ ମିଡିଆରେ ଆପତ୍ତି ଜଣାଇଥିଲେ । ଯାହା ପରେ ମା’ କାଳୀଙ୍କ ଏହି ଆପତ୍ତିଜନକ ଫଟୋ ଡିଲିଟ୍ ହୋଇଥିଲା । ଏହି ମାମଲାରେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ବରିଷ୍ଠ ପରାମର୍ଶଦାତା କଞ୍ଚନ ଗୁପ୍ତା ଏହି ଫଟୋକୁ ନେଇ କହିଛନ୍ତି କି ଏହା ସମଗ୍ର ବିଶ୍ୱରେ ରହୁଥିବା ହିନ୍ଦୁମାନଙ୍କ ଭାବନା ଉପରେ ଆକ୍ରମଣ । ତେବେ ବହୁ ସମାଲୋଚନା ପରେ ମା’ କାଳୀଙ୍କ ଏହି ଫଟୋ ପାଇଁ ଆଜି ୟୁକ୍ରେନ୍ କ୍ଷମା ପ୍ରାର୍ଥନା କରିଛି । ୟୁକ୍ରେନ୍ ଡେପୁଟି ବୈଦେଶିକ ମନ୍ତ୍ରୀ ଇମିନ ଜାପାରୋଭା ଏକ ଟ୍ୱିଟ୍ କରି କହିଛନ୍ତି କି ମା’ କାଳୀଙ୍କ ବିଷୟରେ ୟୁକ୍ରେନ୍ ପ୍ରତିରକ୍ଷା ମନ୍ତ୍ରଣାଳୟ କରିଥିବା ଟ୍ୱିଟ୍ ପାଇଁ ସେ ଦୁଃଖିତ । ସେ ଆହୁରି କହିଛନ୍ତି ଆମେ ଦୁଃଖିତ ଯେ ୟୁକ୍ରେନ୍ ପ୍ରତିରକ୍ଷା ମନ୍ତ୍ରଣାଳୟ ହିନ୍ଦୁ ଦେବୀ ମା’ କାଳୀଙ୍କୁ ବିକୃତ ଢଙ୍ଗରେ ଚିତ୍ରଣ କରିଛି । ୟୁକ୍ରେନ୍ ଏବଂ ଏହାର ଲୋକମାନେ ଭାରତୀୟ ସଂସ୍କୃତିକୁ ସମ୍ମାନ କରନ୍ତି । ଏହି ଫଟୋଟି ଡିଲିଟ୍ ହୋଇସାରିଛି ।
More Stories
ଲାଗୁ ହେଲା ଅଷ୍ଟମ ବେତନ ଆୟୋଗ, ଜାଣନ୍ତୁ କେତେ ବଢିବ ଦରମା
ଗଣତନ୍ତ୍ର ଦିବସ ପାଇଁ ଦିଲ୍ଲୀରେ ସ୍ପେଶାଲ ଟ୍ରାଫିକ୍ ବ୍ୟବସ୍ଥା
2025 ରିପବ୍ଲିକ୍ ଡେ ହାଇଲାଇଟ୍ସ୍