The Topmost

“The eyes believe themselves, the ears believe other people.”

ସମାନ ନାଗରିକ ସଂହିତା ସମର୍ଥନରେ ମାୟାବତୀ

ଆମ୍ ଆଦମୀ ପାର୍ଟି ପରେ ୟୁନିଫର୍ମ ସିଭିଲ୍ କୋଡ୍ ଉପରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛି ବହୁଜନ ସମାଜ ପାର୍ଟି । ଏକ ବଡ଼ ବିବୃତ୍ତି ଦେଇ ବିଏସପି ମୁଖ୍ୟ ମାୟାବତୀ ଆଜି କହିଛନ୍ତି ଯେ ତାଙ୍କ ଦଳ ୟୁନିଫର୍ମ ସିଭିଲ କୋଡ୍ ବିରୋଧରେ ନୁହେଁ । କିନ୍ତୁ ୟୁସିସି ସହ ଜଡ଼ିତ ସମସ୍ତ ଦିଗକୁ ବିଜେପି ବିଚାର କରିବା ଉଚିତ୍ । ଆମ ଦଳ ୟୁସିସିର କାର୍ଯ୍ୟକାରିତା ବିରୋଧରେ ନୁହେଁ । ୟୁସିସି କାର୍ଯ୍ୟକାରୀ କରିବାରେ ବିଜେପି ମଡେଲ ଉପରେ ଆମର ମତଭେଦ ରହିଛି । ୟୁସିସି ସହ ଜଡିତ ସମସ୍ତ ଦିଗକୁ ବିଜେପି ବିଚାର କରିବା ଉଚିତ୍। ଆମ ଦଳ UCC ର କାର୍ଯ୍ୟକାରିତା ବିରୁଦ୍ଧରେ ନୁହେଁ | ୟୁସିସି କାର୍ଯ୍ୟକାରୀ କରିବାର ବିଜେପି ମଡେଲ ଉପରେ ଆମର ମତଭେଦ ରହିଛି। ୟୁସିସି ମାଧ୍ୟମରେ ସଂକୀର୍ଣ୍ଣ ମାନସିକ ରାଜନୀତି କରିବାକୁ ବିଜେପି ଚେଷ୍ଟା କରୁଛି ବୋଲି କହିଛନ୍ତି ମାୟାବତୀ । ଯଦି ବିଜେପି ଏହାକୁ ରାଜନୈତିକ ଏଜେଣ୍ଡାଠାରୁ ଉପରକୁ ଉଠାଏ ତେବେ ଆମେ ଏହାକୁ ସମର୍ଥନ କରିବୁ, ନଚେତ୍ ଆମେ ଏହାକୁ ବିରୋଧ କରିବୁ ବୋଲି କହିଛନ୍ତି ମାୟାବତୀ । ୟୁସିସିକୁ ଆଲୋଚନାର ବିଷୟ କରି ସରକାର ଧ୍ୟାନ ଆକର୍ଷଣ କରିବାକୁ ରାଜନୀତି କରୁଛନ୍ତି । ୟୁସିସି ବିଷୟରେ ପୂର୍ବରୁ ମଧ୍ୟ ସମ୍ବିଧାନରେ ଉଲ୍ଲେଖ ରହିଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଭାରତ ଦେଶରେ ବହୁ ଜନସଂଖ୍ୟା ବିଶିଷ୍ଟ ଦେଶ । ଏଠାରେ ହିନ୍ଦୁ, ମୁସଲମାନ, ଶିଖ୍, ଖ୍ରୀଷ୍ଟିଆନ, ପାର୍ସି, ବୈଦ୍ଧ ଧର୍ମ ଅନୁସରଣ କରନ୍ତି। ସେମାନଙ୍କର ଖାଇବା, ଜୀବନଯାପନ ଏବଂ ଜୀବନଶୈଳୀ ଏବଂ ରୀତିନୀତି ଅନୁଯାୟୀ ସେମାନଙ୍କର ନିଜସ୍ୱ ପଦ୍ଧତି ଅଛି । ଏହାକୁ ଅଣଦେଖା କରାଯାଇପାରିବ ନାହିଁ ବୋଲି କହିଛନ୍ତି ବିଏସପି ମୁଖ୍ୟ ମାୟାବତୀ ।