The Topmost

“The eyes believe themselves, the ears believe other people.”

ସମାଧାନ ଯାତ୍ରାବେଳେ ଅଘଟଣ

ବିହାର ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାରେ ବଡ ଧରଣର ତ୍ରୁଟି । ନୀତିଶ କୁମାରଙ୍କ ଉପରକୁ ଭଙ୍ଗା ଚୌକି ଫୋପାଡିଲେ ଅଜଣା ବ୍ୟକ୍ତି । ଔରଙ୍ଗାବାଦରେ ସମାଧାନ ଯାତ୍ରାବେଳେ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାରେ ବଡ ଧରଣର ତ୍ରୁଟି ଦେଖିବାକୁ ମିଳିଛି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ଲୋକଙ୍କ ଭିଡ ଭିତରୁ କେହି ଜଣେ ଏକ ଭଙ୍ଗା ଚୌକିର ଗୋଡ ମୁଖ୍ୟମନ୍ତ୍ରୀଙ୍କ ଆଡକୁ ଫୋପାଡିଥିଲେ । ତେବେ ସେହି ଭଙ୍ଗା ଚୌକିର ଗୋଡ ଦ୍ରୁତ ଗତିରେ ଆସି ନୀତିଶ କୁମାରଙ୍କୁ ନ ବାଜି ତାଙ୍କ ଆଗରେ ପଡିଥିଲେ । ଏହାପରେ ତୁରନ୍ତ ସୁରକ୍ଷାକର୍ମୀ ସତର୍କ ହୋଇ ମୁଖ୍ୟମନ୍ତ୍ରୀଙ୍କୁ ଘେରିଯାଇଥିଲେ । ଏହାପରେ ଘଟଣାସ୍ଥଳରେ ଠେଲାପେଲା ସ୍ଥିତି ଦେଖିବାକୁ ମିଳିଥିଲା । ହେଲେ କିଏ ମୁଖ୍ୟମନ୍ତ୍ରୀଙ୍କ ଉପରକୁ ଭଙ୍ଗା ଚୌକି ଫୋପାଡିଥିଲେ ତାହା ଜଣାପଡିନାହିଁ । କାର୍ଯ୍ୟକ୍ରମରେ ଡ୍ରୋନ ସୁରକ୍ଷା ବ୍ୟବସ୍ଥା ନଥିବାରୁ କିଏ ଭଙ୍ଗା ଚୌକି ଫିଙ୍ଗିଲା ଚିହ୍ନଟ କରାଯାଇପାରି ନାହିଁ ।