ଏଣିକି ସମଲେଶ୍ବରୀ ମନ୍ଦିରରେ ଲାଗିବ ନୂଆ କଟକଣା । ପାନଗୁଟଖା ଖାଇଥିଲେ କିମ୍ବା ସାଥିରେ ନେଲେ ମାଆ ସମଲେଶ୍ବରୀ ମନ୍ଦିରକୁ ପ୍ରବେଶ ମନା । ଶ୍ରୀମନ୍ଦିର ଓ ଲିଙ୍ଗରାଜ ମନ୍ଦିର ଭଳି ଖୁବଶୀଘ୍ର ସମଲେଶ୍ବରୀ ମନ୍ଦିରରେ ବି ପାନଗୁଟଖା ପ୍ରବେଶ ଉପରେ କଟକଣା ଲାଗିବ। କୌଣସି ଭକ୍ତ ପାନଗୁଟୁଖା ପ୍ୟାକେଟରେ ନେଇ କିମ୍ବା ଖାଇ ମନ୍ଦିରକୁ ପ୍ରବେଶ କରିପାରିବେ ନାହିଁ। ସମଲେଇ ପ୍ରକଳ୍ପର ଉଦଘାଟନ ପରେ ମନ୍ଦିର ଟ୍ରଷ୍ଟବୋର୍ଡ ଏହି ନିୟମ କାର୍ଯ୍ୟକାରୀ କରିବ । ଏନେଇ ମନ୍ଦିର ଟ୍ରଷ୍ଟବୋର୍ଡ ସଭାପତି ସଂଜୟ ବାବୁ ସୂଚନା ଦେଇଛନ୍ତି।
More Stories
ଡାକ୍ତରଙ୍କ ମନମୁଖି ଓପିଡି ବନ୍ଦ ଘୋଷଣା
ନବଜାତକଙ୍କ ପାଇଁ ସରକାରୀ ଟୀକା କେତେ ଜରୁରୀ
CSM Synapse 4.0 ରେ ଜିତିଲେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍