ଆସନ୍ତା ୨୭ ତାରିଖରେ ଲୋକାର୍ପିତ ହେବ ମା’ ସମଲେଇ ପ୍ରକଳ୍ପ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରକଳ୍ପର ଲୋକାର୍ପଣ କରିବେ । ବିପୁଳ ଉତ୍ସାହ ଓ ଭକ୍ତି ଭାବନା ସହ ଅନୁଷ୍ଠିତ ହେଉଛି ଲୋକାର୍ପଣ ଉତ୍ସବ । ସମଲେଇ ପ୍ରକଳ୍ପ ଲୋକାର୍ପଣ ଉତ୍ସବକୁ ଦୃଷ୍ଟିରେ ରଖି ଆସନ୍ତା ୨୭ ତାରିଖକୁ ଛୁଟି ଘୋଷଣା ଘୋଷଣା କରିଛନ୍ତି ରାଜ୍ୟ ସରକାର । ଏହି ଦିନ ସାରା ରାଜ୍ୟର ସ୍କୁଲ ଓ କଲେଜ ବନ୍ଦ ରହିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଏହି ଦିନ ଚତୁର୍ଥ ଶନିବାର ପଡୁଥିବାରୁ ସମସ୍ତ ସରକାରୀ ଅଫିସ ମଧ୍ୟ ବନ୍ଦ ରହିବ । କାର୍ଯ୍ୟକ୍ରମରେ ଭକ୍ତମାନେ ଆନନ୍ଦର ସହ ଯୋଗଦାନ କରି ମା’ଙ୍କ ଉଦ୍ଦେଶ୍ୟରେ ଭକ୍ତି ନିବେଦନ କରିପାରିବେ । ଐତିହ୍ୟ କରିଡରର ଆକର୍ଷଣରେ ବିମୋହିତ ହେଉଛି ଭକ୍ତ । ମୁଖଶାଳାର ପ୍ରତିଟି କାରିଗରୀରେ ସଂସ୍କୃତିର ଛାପ ଦେଖିବାକୁ ମିଳିଛି । ସବୁଜ ବଳୟ, ସୁବ୍ୟବସ୍ଥିତ ମାର୍ଗ, ସୁସଜ୍ଜିତ ନବରୂପ । ଇଏ ନୂଆ ଓଡ଼ିଶାର ସମଲେଇ, ବିକଶିତ ସମଲେଇ ଆଉ ରୂପାନ୍ତରିତ ସମଲେଇ ପୀଠ । ରୂପାନ୍ତରଣର ଐତିହାସିକ କୀର୍ତ୍ତିର ଲୋକାର୍ପଣ ପ୍ରକ୍ରିୟା ଆରମ୍ଭ ହୋଇ ସାରିଥିବା ବେଳେ ଶ୍ରଦ୍ଧାଳୁଙ୍କୁ ଟାଣିନେଉଛି ମନ୍ଦିରର ୪ଦ୍ବାର ଆଉ ଓ୍ବାଚ୍ ଟାଓ୍ବାର୍ । ପ୍ରକଳ୍ପର ଲୋକାର୍ପଣ ପୂର୍ବରୁ ସବୁଠି ଭାବ ଭକ୍ତି ଆନନ୍ଦ ଦେଖିବାକୁ ମିଳୁଛି । ସବୁଠି ଫୁଲରେ ସାଜସଜ୍ଜା କରାଯାଉ ଥିବା ବେଳେ ୪ ଦ୍ବାରରେ ହୋମଯଜ୍ଞ ପାଇଁ ଆୟୋଜନ କରାଯାଇଛି ।
“The eyes believe themselves, the ears believe other people.”
More Stories
ଓଡିଶା ସୀମାକୁ ଘେରିଛନ୍ତି 2000 ନକ୍ସଲ୍
ରାସନ୍ କାର୍ଡ ପାଇଁ ପୁଣି ଥରେ ଭରିବାକୁ ପଡିବ ଆପ୍ଲିକେସନ୍
ଠିକ୍ ଭାବରେ କାମ କରୁନି ଆୟୁଷମାନ ଭାରତ କାର୍ଡ, ହନ୍ତସନ୍ତ ଜନତା