‘ସମଲିଙ୍ଗୀ ବିବାହ ଅନୈତିକ ନୁହେଁ । ପରିବାରରେ ରହିବାକୁ ହେଲେ ମଣିଷକୁ ସର୍ତ୍ତହୀନ ସ୍ନେହ ଶ୍ରଦ୍ଧା ଦରକାର । ଏ ଭଲପାଇବା କାହାଠାରୁ ବି ମିଳିପାରେ । ନିଜ ଜୀବନସାଥୀଠାରୁ ବି । ସେ ଜୀବନସାଥୀ ଜଣକ ସମଲିଙ୍ଗୀ ବି ହୋଇପାରେ । କାରଣ ନିଜର ଜୀବନସାଥୀ ବାଛିବାର ଅଧିକାର ସମସ୍ତଙ୍କର ରହିଛି’ । ସମଲିଙ୍ଗୀ ବିବାହକୁ ନେଇ ଏଭଳି ରାୟ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ଏହାକୁ ନେଇ ମୁଖ୍ୟ ବିଚାରପତି କହିଛନ୍ତି ଯେ, ଏହି ପ୍ରସଙ୍ଗକୁ ନେଇ ସହମତି ଓ କିଛି ଅସହମତି ପ୍ରକାଶ ପାଇଛି । ଅବଶ୍ୟ ଜୀବନସାଥୀ ବାଛିବାର ଅଧିକାର ସମସ୍ତଙ୍କର ରହିଛି । ସମଲିଙ୍ଗୀ ସମ୍ପର୍କ କେବଳ ସହରୀ ଚିନ୍ତାଧାରା ଭିତରେ ସୀମିତ ହୋଇ ରହିନାହିଁ । ଗାଁର ଜଣେ କୃଷକ ଶ୍ରେଣୀର ମହିଳା ମଧ୍ୟ ସମଲିଙ୍ଗୀ ହେବାର ଦାବି କରିପାରେ । କିନ୍ତୁ ସେମାନଙ୍କୁ କୁଳୀନ କୁହାଯାଇପାରିବ ନାହିଁ । କାରଣ ଏହା କୌଣସି ମାନସିକ ବ୍ୟାଧୀ ନୁହେଁ । ସେ ଆହୁରି ମଧ୍ୟ କହିଛନ୍ତି, ଆଜିଯାଏଁ ବିବାହର ଢାଞ୍ଚାରେ ପରିବର୍ତ୍ତନ ହୋଇଛି । ସତୀ ପ୍ରଥାରୁ ଆରମ୍ଭ କରି ବାଲ୍ୟ ବିବାହ ଯାଏଁ ବିବାହର ରୂପ ବଦଳିଛି । ଏହି କ୍ରମରେ ସମଲିଙ୍ଗୀ ବିବାହ ଆଉ ଏକ ପରିବର୍ତ୍ତନ । ସୁପ୍ରିମକୋର୍ଟ ଆଇନର ବ୍ୟାଖ୍ୟା କରିପାରେ କିନ୍ତୁ ଆଇନର ବ୍ୟବସ୍ଥା କରିପାରିବ ନାହିଁ । ମଣିଷ ଅତି ଜଟିଳ ସମାଜ ଭିତରେ ରହୁଛି । ଯେଉଁଠି ପରସ୍ପର ପ୍ରତି ଭଲପାଇବାକୁ ପ୍ରକାଶ କରିବା ତାର ଏକ ମୌଳିକ ଆବଶ୍ୟକତା । ଏହି ଦୃଷ୍ଟିରୁ ସମଲିଙ୍ଗୀ ସମ୍ପର୍କ ଅନୈତିକ ନୁହେଁ ବୋଲି ସୁପ୍ରିମକୋର୍ଟ ରାୟ ଶୁଣାଇଛନ୍ତି ।
More Stories
ଲାଗୁ ହେଲା ଅଷ୍ଟମ ବେତନ ଆୟୋଗ, ଜାଣନ୍ତୁ କେତେ ବଢିବ ଦରମା
ଗଣତନ୍ତ୍ର ଦିବସ ପାଇଁ ଦିଲ୍ଲୀରେ ସ୍ପେଶାଲ ଟ୍ରାଫିକ୍ ବ୍ୟବସ୍ଥା
2025 ରିପବ୍ଲିକ୍ ଡେ ହାଇଲାଇଟ୍ସ୍