The Topmost

“The eyes believe themselves, the ears believe other people.”

ସମଲିଙ୍ଗୀ ବିବାହ ପ୍ରସଙ୍ଗରେ ନରିମିଲା କେନ୍ଦ୍ର

ବହୁ ବିବାଦୀୟ ସମଲିଙ୍ଗୀ ବିବାହ ପ୍ରସଙ୍ଗ । ପ୍ରଧାନ ବିଚାରପତି ଡି.ୱାଇ ଚନ୍ଦ୍ରଚୁଡ଼ଙ୍କ ନେତୃତ୍ୱରେ ଗଠିତ ୫ ଜଣିଆ ଖଣ୍ଡପୀଠରେ ବୁଧବାର ଏହି ମାମଲାର ଶୁଣାଣି ଚାଲିଛି । ଆଉ ଏତିକି ବେଳେ କେନ୍ଦ୍ର ସରକାର ମଧ୍ୟ ଏହି ପ୍ରସଙ୍ଗରେ ନିଜର ଆଭିମୂଖ୍ୟ କୋହଳ କରିଛନ୍ତି । ଏହି ସମସ୍ୟାର ସମାଧାନ ଏବଂ ସମଲିଙ୍ଗୀଙ୍କ ଅଧିକାର ଉପରେ ନିରୀକ୍ଷଣ ପାଇଁ ଏକ କମିଟି ଗଠନ କରିବାକୁ କେନ୍ଦ୍ର ସରକାର ପ୍ରସ୍ତାବ ଦେଇଛନ୍ତି । କ୍ୟାବିନେଟ୍ ସଚିବ ରାଙ୍କର ଜଣେ ଅଧିକାରୀଙ୍କ ନେତୃତ୍ୱରେ ଏକ କମିଟି ଗଠନ କରିବାକୁ ପ୍ରସ୍ତାବ ଦେଇଛନ୍ତି ସରକାର । ସମଲିଙ୍ଗୀଙ୍କ ଅଧିକାର ଏବଂ କିପରି ସେମାନଙ୍କୁ ସାମାଜିକ ନ୍ୟାୟ ପ୍ରଦାନ କରିହେବ ତାହା ଉପରେ କମିଟି ସମୀକ୍ଷା କରିବ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ସୋଲିସିଟର ଜେନେରାଲ ତୁଷାର ମେହେଟା କହିଛନ୍ତି । କେନ୍ଦ୍ର ସରକାର ସମଲିଙ୍ଗୀ ବିବାହକୁ ସ୍ୱୀକୃତି ସପକ୍ଷରେ ନାହାଁନ୍ତି କିନ୍ତୁ ସେମାନଙ୍କୁ ସରକାରୀସ୍ତରରେ ନ୍ୟାୟ ପ୍ରଦାନ କରିବାକୁ କମିଟି ଗଠନ କରିବା ନେଇ ପ୍ରସ୍ତାବ ଦେଇଛନ୍ତି ।