ସମଲିଙ୍ଗୀ ବିବାହକୁ ଆଇନଗତ ସ୍ବୀକୃତି ଦେବାକୁ ବିରୋଧ କରିଛି ବାର୍ କାଉନସିଲ୍ ଅଫ୍ ଇଣ୍ଡିଆ । ଏନେଇ ବାର୍ କାଉନସିଲ୍ ଅଫ୍ ଇଣ୍ଡିଆ ଏକ ସଂକଳ୍ପ ପାରିତ କରିଛି । ପ୍ରସ୍ତାବରେ ସମଲିଙ୍ଗୀ ବିବାହ ବିରୋଧରେ ସ୍ବର ଉତ୍ତୋଳନ କରିଛନ୍ତି । ସର୍ବସମ୍ମତି କ୍ରମେ ନିଷ୍ପତ୍ତି ନିଆଯାଇଛି ଯେ ସମଲିଙ୍ଗୀ ବିବାହର ସମ୍ବେଦନଶୀଳତାକୁ ଦୃଷ୍ଟିରେ ରଖି ବିଭିନ୍ନ ସାମାଜିକ-ଧାର୍ମିକ ଗୋଷ୍ଠୀକୁ ସାମିଲ କରି ବିସ୍ତୃତ ପରାମର୍ଶ ପରେ ସମାଧାନ କରାଯାଉ । ଏହି ପ୍ରସଙ୍ଗରେ ବାର୍ କାଉନସିଲ୍ ଅଫ୍ ଇଣ୍ଡିଆ, ଦିଲ୍ଲୀର ସଭାପତି କହିଛନ୍ତି ଯେ, ଭାରତ ଭଳି ଦେଶରେ ସମଲିଙ୍ଗୀ ବିବାହକୁ ମାନ୍ୟତା ଦେଇପାରିବା ନାହିଁ । ଏହା ଆମ ଦେଶ ଉପରେ ଖରାପ ପ୍ରଭାବ ପକାଇବ । ସୁପ୍ରିମକୋର୍ଟରେ ଏକ ମଧ୍ୟବର୍ତ୍ତୀକାଳୀନ ଆବେଦନ ଦାଖଲ କରାଯିବ । ୯୯.୯ ପ୍ରତିଶତରୁ ଅଧିକ ଲୋକ ସମଲିଙ୍ଗୀ ବିବାହକୁ ବିରୋଧ କରୁଛନ୍ତି ।
“The eyes believe themselves, the ears believe other people.”
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ