ଆଜି ମୁସଲମାନ ସଂପ୍ରଦାୟର ପବିତ୍ର ଇଦ୍ ଉଲ୍ଲ ଜୁହା । ମୁସଲମାନ ଭାଇମାନେ ଏହି ପର୍ବକୁ ସମର୍ପଣ ଓ ଦାନର ପର୍ବ ଭାବେ ପାଳନ କରିଥାନ୍ତି । କଟକର କଦମି ରସୁଲ, ଦରଘାବଜାର ମସଜିଦ୍, ଓଡ଼ିଆ ବଜାର ମସଜିଦ୍ ଓ ଇଦଗାରେ ସାଜସଜା ସହ ନମାଜ ପାଠ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି । ବିଭିନ୍ନ ସ୍ଥାନରେ ନମାଜ ପାଠ ହେବା ସହ ପରସ୍ପରକୁ ଶୁଭେଚ୍ଛା ଜଣାଇବେ ମୁସଲମାନ ଭାଇମାନେ । ଏଥି ସହିତ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପୋଲିସ ପକ୍ଷରୁ ମଧ୍ୟ ବିଭିନ୍ନ ମସଜିଦ୍ ଓ ଇଦଗାରେ ଫୋର୍ସ ମୁତୟନ କରାଯାଇଛି ।
More Stories
ପିଏମ୍ ସ୍ୱନିଧି ଯୋଜନାରେ ବଡ ପରିବର୍ତ୍ତନ
ପିଲାଙ୍କ ଠାରେ ଏପରି ସମସ୍ୟା ଦେଖିଲେ ହୁଅନ୍ତୁ ସାବଧାନ
CSM Synapse 4.0 ରେ ଜିତିଲେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍