ବାହାନଗା ଟ୍ରେନ୍ ଟ୍ରାଜେଡି । ବଡ଼ ସୁରାକ ପାଇଛି କି ସିବିଆଇ ? ନା କିଛି ସତ ଢୋକି ଦେଉଛନ୍ତି କି ଗିରଫ ଅଭିଯୁକ୍ତ ? ମୁହଁରୁ ସତ ଆଦାୟ କରିବାକୁ ଦ୍ବିତୀୟ ପର୍ଯ୍ୟାୟ ରିମାଣ୍ଡରେ ୩ ଅଭିଯୁକ୍ତକୁ ନେଇଛି ସିବିଆଇ । ଗତକାଲିଠୁ ୪ ଦିନିଆ ରିମାଣ୍ଡରେ ନେଇ ପୁଣି ଘାଣ୍ଟୁଛି ସିବିଆଇ । ସିଗନାଲ ସିନିୟର ସେକ୍ସନ ଇଞ୍ଜିନିୟର ଅରୁଣ ମହନ୍ତ, ସେକ୍ସନ ଇଞ୍ଜିନିୟର ମହମ୍ମଦ ଅମିର ଖାଁ ଓ ଟେକ୍ସିସିଆନ ପପୁ କୁମାର ପୁଣିଥରେ ରିମାଣ୍ଡରେ ଯାଇଛନ୍ତି । ପୂର୍ବରୁ ୫ ଦିନିଆ ରିମାଣ୍ଡରେ ନେଇ କରିଥିଲା ପଚରାଉଚରା ସିବିଆଇ । କମିଶନର ଅଫ୍ ରେଲଓ୍ୱେ ସେଫ୍ଟିଙ୍କ ରିପୋର୍ଟ ଅନୁଯାୟୀ ଜେରା କରାଯାଉଛି । ଷ୍ଟେସନ ମାଷ୍ଟରଙ୍କୁ ହାଜର ପାଇଁ ସମନ ଜାରି ହୋଇଛି । ଗତକାଲି ତାଙ୍କୁ ହାଜର ହେବାକୁ କୁହାଯାଇଥିବା ବେଳେ ସେ ସିବିଆଇ ନିକଟରେ ହାଜର ହୋଇନଥିଲେ । ସିଗନାଲ ସମ୍ପର୍କିତ ଦୁଇ ଜଣ ରେଳ କର୍ମଚାରୀଙ୍କୁ ମଧ୍ୟ ଜେରା କରିଥିଲା CBI ।
More Stories
ମିଳିବ ଚତୁର୍ଥ ପର୍ଯ୍ୟାୟ ସୁଭଦ୍ରା ଟଙ୍କା, ଆଗୁଆ କରନ୍ତୁ କେୱାଇସି ଅପଡେଟ୍
ବଢିବ ଅଙ୍ଗନୱାଡି କର୍ମଚାରୀଙ୍କ ଦରମା
କୋଲ୍ ହପର୍ ଖସି ଶ୍ରମିକ ଆହତ