ସମନ୍‌ ଏଡ଼ାଇବା ପରେ ବାସଭବନରୁ ଉଠାଇନେଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ

ମରିବି ପଛେ ଆତ୍ମସମର୍ପଣ କରିବି ନାହିଁ… ଆଜି ସକାଳେ ପ୍ରବର୍ତ୍ତନ ନିର୍ଦେଶାଳୟ ଟିମ୍‌ ବାସଭବନ ଚଢ଼ାଉ କରିବା ପରେ ସାଂସଦ ସଞ୍ଜୟ ରାଓ୍ବତ ଏଭଳି କହିଛନ୍ତି । ମରାଠୀ ଭାଷାରେ ଟୁଇଟ୍‌ କରି ସଞ୍ଜୟ ଲେଖିଛନ୍ତି କୌଣସି ଦୁର୍ନୀତି ବ୍ୟାପାରରେ ମୋର ସମ୍ପୃକ୍ତି ନାହିଁ । ‘ଶିବସେନା’ ମୁଖ୍ୟ ବାଲାସାହେବ ଠାକ୍‌ରେଙ୍କ ରାଣ ଖାଇ ମୁଁ ଏକଥା କହୁଛି । ବାଲାସାହେବ ଆମକୁ ସଂଗ୍ରାମ କରିବା ଶିଖାଇଥିଲେ । ମୁଁ ‘ଶିବସେନା’ ପାଇଁ ଲଢ଼ିବି । ଅକାରଣ କାର୍ଯ୍ୟାନୁଷ୍ଠାନ । ମିଥ୍ୟା ପ୍ରମାଣ । ମୁଁ ‘ଶିବସେନା’ ଛାଡ଼ିବି ନାହିଁ । ମରିବି ପଛେ ଆତ୍ମସମର୍ପଣ କରିବି ନା ହିଁ। ଜୟ ମହାରାଷ୍ଟ୍ର । ତେବେ ଜୁଲାଇ ୨୦ ଏବଂ ଜୁଲାଇ ୨୭ ତାରିଖରେ ପ୍ରବର୍ତ୍ତନ ନିର୍ଦେଶାଳୟ କାର୍ଯ୍ୟାଳୟରେ ହାଜର ହେବାକୁ ସମନ୍‌ ଏଡ଼ାଇବା ପରେ ଆଜି ସକାଳେ ପ୍ରବର୍ତ୍ତନ ନିର୍ଦେଶାଳୟ ତଦନ୍ତକାରୀ ଟିମ୍‌ ରାଜ୍ୟସଭା ସାଂସଦ ସଞ୍ଜୟ ରାଓ୍ବତଙ୍କ ବାସଭବନରେ ପହଞ୍ଚିଥିଲେ ।

SHARE BY