ଜମ୍ମୁ ଓ କଶ୍ମୀର ସବ୍-ଇନ୍ସ୍ପେକ୍ଟର୍ ନିଯୁକ୍ତି ମାମଲା । ଏହାକୁ ନେଇ ଚାଲିଥିବା ତଦନ୍ତ ଘଟଣାରେ ଆଜି ‘ସିବିଆଇ’ ଉତ୍ତର ପ୍ରଦେଶର ଗାଜିଆବାଦ, ଜମ୍ମୁ, ଶ୍ରୀନଗର, ହରିୟାଣା, ଗୁଜରାଟ, ଦିଲ୍ଲୀ ଏବଂ କର୍ଣ୍ଣାଟକ ସମେତ ପ୍ରାୟ ୩୩ଟି ସ୍ଥାନରେ ଚଢ଼ାଉ କରିଛି । ଚଢ଼ାଉ ଚାଲିଥିବା ସ୍ଥାନଗୁଡ଼ିକ ମଧ୍ୟରେ ରହିଛି, ‘ଜମ୍ମୁ ଆଣ୍ଡ୍ କଶ୍ମୀର ସର୍ଭିସେସ୍ ସିଲେକ୍ସନ୍ ବୋର୍ଡ’ର ପରୀକ୍ଷା କଣ୍ଟ୍ରୋଲର୍, ଚେୟାର୍ମ୍ୟାନ୍ଙ୍କ ଘର । ଏହାଛଡ଼ା, ଜଣେ ‘ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ୍ ଅଫ୍ ପୋଲିସ୍’, ‘ସିଆର୍ପିଏଫ୍’ ସମେତ ଜମ୍ମୁ ଓ କଶ୍ମୀରର କେତେକ ପୁଲିସ ଅଧିକାରୀଙ୍କ ଘରେ ମଧ୍ୟ ଚଢ଼ାଉ ଚାଲିଛି । ସବ୍-ଇନ୍ସ୍ପେକ୍ଟର୍ ନିଯୁକ୍ତି ମାମଲାରେ ହୋଇଥିବା ଦୁର୍ନୀତିରେ ‘ଜେକେଏସ୍ଏସ୍ବି’ର ପୂର୍ବତନ ଅଧ୍ୟକ୍ଷ ଖଲିଦ୍ ଜେହାଙ୍ଗୀର୍ ଏବଂ ‘ଜେକେଏସ୍ଏସ୍ବି’ର ‘କଣ୍ଟ୍ରୋଲର୍ ଅଫ୍ ଏକ୍ଜାମିନେସନ୍’ ଅଶୋକ କୁମାରଙ୍କ ଉପରେ ‘ସିବିଆଇ’ର ସନ୍ଦେହ ରହିଛି ।
More Stories
ଲାଗୁ ହେଲା ଅଷ୍ଟମ ବେତନ ଆୟୋଗ, ଜାଣନ୍ତୁ କେତେ ବଢିବ ଦରମା
ଗଣତନ୍ତ୍ର ଦିବସ ପାଇଁ ଦିଲ୍ଲୀରେ ସ୍ପେଶାଲ ଟ୍ରାଫିକ୍ ବ୍ୟବସ୍ଥା
2025 ରିପବ୍ଲିକ୍ ଡେ ହାଇଲାଇଟ୍ସ୍