ଆଜିକାଲି ଫିଲ୍ମରେ ଆପଣଙ୍କ ଫେବୋରାଇଟ୍ ମୁଭି କଣ ପଚାରିଲେ ସମସ୍ତଙ୍କ ମୁହଁରୁ ବାସ ଗୋଟିଏ ମୁଭିର ନା ପ୍ରାୟତଃ ଶୁଣାଯାଉଛି ଆଉ ସେ ହେଉଛି କେଜିଏଫ୍ ଚାପଟର ୨ । ଯାହାକୁ ଦେଖିବେ ସମସ୍ତେ ସାଉଥ୍ ଷ୍ଟାର୍ ୟସଙ୍କ ଫ୍ୟାନ୍ ବନିଯାଇଛନ୍ତି । ଆଉ ମେହବୁବା ଗୀତଟି ତ ବକ୍ସ ଅଫିସରେ କମାଲ କରିଦେଇଛି । କେବଳ ଫିଲ୍ମର ଷ୍ଟୋରୀ ନୁହେଁ ବରଂ ଏହାର ଡାଇଲଗ ୟସଙ୍କ ଆକ୍ସନ୍ ସବୁକୁ ଦର୍ଶକମାନେ ଭୁରିଭୁରି ପ୍ରଶଂସା କରିଛନ୍ତି । ବକ୍ସ୍ ଅଫିସ୍ ରେ ମଧ୍ୟ ଫିଲ୍ମଟି ରେକର୍ଡ ପରେ ରେକର୍ଡ କରି ଚାଲିଛି । ଫିଲ୍ମଟି ରିଲିଜ ହେବା ପରଠାରୁ ପ୍ରତିଦିନ ନୂଆ ନୂଆ ରେକର୍ଡ ସୃଷ୍ଟି କରୁଥିଲା । ଏପ୍ରିଲ୍ ୧୪ ରେ ମୁକ୍ତିଲାଭ କରିଥିବା ଏହି ଫିଲ୍ମ ୧ହଜାର କୋଟିର ଅଙ୍କ ଅତିକ୍ରମ କରିଛି ।
ଏବେ ଫିଲ୍ମ ରିଲିଜ୍ ହେବାର ୭୫ ଦିନ ପରେ ବିଶ୍ୱର ସବୁ ପ୍ରେକ୍ଷାଳୟରୁ ଉଠିଛି । ତେବେ ଆସ;ୁ ଜାଣିବା କେଜିଏଫ୍ ଚାପଟର ୨ ଏପର୍ଯ୍ୟନ୍ତ କେତେ ରେକର୍ଡ କରିଛି ଏବଂ ୭୫ ଦିନ ମଧ୍ୟରେ କେତେ କୋଟି ରୋଜଗାର କରିଛି । କେଜିଏଫ୍ ଚାପଟର ୨ ରିଲିଜ୍ ପୂର୍ବରୁ ମଧ୍ୟ ଆଡଭାନ୍ସ ବୁକିଂରେ ରେକର୍ଡ କରିଥିଲା । ଏହି ଫିଲ୍ମଟି ଆଡଭାନ୍ସ ବୁକିଂରେ ୬୦ କୋଟି ସଂଗ୍ରହ କରିଥିଲା, ଯାହା ଏପର୍ଯ୍ୟନ୍ତର କୌଣସି ରେକର୍ଡ ଠାରୁ ସର୍ବାଧିକ । କେଜିଏଫ୍ ଚାପଟର ୨, ପ୍ରଥମ ଦିନରେ ୫୩ କୋଟି ଟଙ୍କା ସଂଗ୍ରହ କରିଥିଲା, ଯାହାକି ହିନ୍ଦୀ ସଂସ୍କରଣରେ ସର୍ବାଧିକ ସଂଗ୍ରହ । ଏହାପୂର୍ବରୁ ୱାର୍ ୫୦ କୋଟି ଏବଂ ଠଗ୍ସ ଅଫ ହିନ୍ଦୁସ୍ତାନ ୪୮ କୋଟି ସଂଗ୍ରହ କରିଥିଲା । ପ୍ରଶାନ୍ତ ନୀଲଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରଟି କନ୍ନଡ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ସର୍ବାଧିକ ଆୟ କରିଥିବା ଚଳଚ୍ଚିତ୍ର ହୋଇପାରିଛି ।
ଆଜି ପର୍ଯ୍ୟନ୍ତ କନ୍ନଡ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ କୌଣସି ଚଳଚ୍ଚିତ୍ର କେଜିଏଫ୍ ଚାପଟର ୨ ର ବ୍ୟବସାୟର ଏକ ଚତୁର୍ଥାଂଶ ମଧ୍ୟ କରିନାହାଁନ୍ତି । କେଜିଏଫ୍ ଚାପଟର ୨’ ଓପେନିଂ ୱିକ୍ଏଣ୍ଡରେ ବାହୁବଳୀ ୨ର ଗ୍ଲୋବଲ ସଂଗ୍ରହ ୫୫୨ କୁ କାଟି ସର୍ବାଧିକ ଆୟ କରିଥିବା ଫିଲ୍ମ ହୋଇପାରିଛି । ରିଲିଜ୍ ହେବା ପରଠାରୁ କେଜିଏଫ୍ ଚାପଟର ୨୨’ ବକ୍ସ ଅଫିସରେ କ°ା କରିଥିଲା । ଫିଲ୍ମଟି ଏହାର ହିନ୍ଦୀ ସଂସ୍କରଣରେ ୩୫୩ କୋଟି ଟଙ୍କା ସଂଗ୍ରହ କରିବାରେ ସଫଳ ହୋଇଛି । ଏହା ଦଙ୍ଗଲଦ ଏବଂ ବାହୁବଳୀ ୨ ର ସଂଗ୍ରହକୁ ମଧ୍ୟ ଅତିକ୍ରମ କରିଛି । କେଜିଏଫ୍ ଚାପଟର ୨’ ଏହାର ନାମରେ ଅନେକ ରେକର୍ଡ ସୃଷ୍ଟି କରିଛି ଏବଂ ଅନେକ ଚଳଚ୍ଚିତ୍ରର ରେକର୍ଡ ମଧ୍ୟ ଭାଙ୍ଗିଛି ।
କି;ୁ ସବୁ ପରେ ବି ଅନେକ ରେକର୍ଡ ଭାଙ୍ଗିଲା ପରେ ବି ଏହି ଫିଲ୍ମଟି ବଲିଉଡ୍ ଷ୍ଟାର୍ ସଲମାନ ଖାନଙ୍କ ଫିଲ୍ମ ସୁଲତାନର ରେକର୍ଡ ଭାଙ୍ଗିବାରେ ସକ୍ଷମ ହୋଇ ନାହିଁ । ସଲମାନ ଖାନଙ୍କ ୨୦୧୬ର ଚଳଚ୍ଚିତ୍ର ସୁଲତାନ ସାରା ବିଶ୍ୱରେ ୫୮୯ କୋଟି ଟଙ୍କା ରୋଜଗାର କରିଥିଲା । କେଜିଏଫ୍ ଚାପଟର ୨’ କେବଳ ୫୮୩.୮୫ କୋଟି ଟଙ୍କା ହିଁ ରୋଜଗାର କରିବାରେ ସକ୍ଷମ ହୋଇଛି । ଫଳରେ ସଲମାନ ଖାନଙ୍କ ନାମରେ ଏହି ରେକର୍ଡ ଅଦ୍ୟାପି ଅବ୍ୟାହତ ରହିଛି । ୟଶ ଷ୍ଟାରର୍ ଏହି ଚଳଚ୍ଚିତ୍ରଟି ବକ୍ସ ଅଫିସରେ ରେକର୍ଡ ଭଙ୍ଗା ରୋଜଗାର କରିଛି । ଏହି ଚଳଚ୍ଚିତ୍ରଟି ହିନ୍ଦୀ ବେଲଫରେ ସର୍ବାଧିକ ୪୩୫.୨୩ କୋଟି ସଂଗ୍ରହ କରିଛି । ଏହା ପରେ କର୍ଣ୍ଣାଟକରେ ୧୫୪.୬୫ କୋଟି, ତେଲୁଗୁରେ ୧୧୪.୯ କୋଟି, ତାମିଲରେ ୧୦୫.୦୩ କୋଟି ଏବଂ ମାଲାୟାଲମରେ ୪୯.୭୪ କୋଟି ରୋଜଗାର କରିଛି । ଏଥି ସହିତ, ମୋଟାମୋଟି ଭାବେ ଭାରତରେ ଫିଲ୍ମର ନେଟ୍ କଲେକ୍ସନ୍ ୮୫୯.୫୫ କୋଟି ଟଙ୍କା ହୋଇଛି । ଏହି ଚଳଚ୍ଚିତ୍ରଟିର ବିଶ୍ୱବ୍ୟାପୀ ସଂଗ୍ରହ ଦେଖିଲେ ଏହା ୧୨୦୭ କୋଟି ଟଙ୍କା ରୋଜଗାର କରିଛି । ତେବେ ଆପଣଙ୍କୁ ଏହି ଫିଲ୍ମଟି କେମିତି ଲାଗିଛି ତାହା ଆମକୁ ନିଶ୍ଚୟ ଜଣାନ୍ତୁ ।https://thetopmost.in/electricity-invented-from-orange-flacks/
https://thetopmost.in/a-girl-have-a-world-record-for-her-biggest-chick/
More Stories
ଦର୍ଶକଙ୍କୁ ଅସନ୍ତୋଶ କଲା ଏମର୍ଜେନ୍ସି..
ସୈଫ୍ ଙ୍କ ଅପରାଧୀଙ୍କୁ ବାନ୍ଧିଲା ପୋଲିସ୍
ପତଳା ଶରୀର ପାଇଁ ଚିନ୍ତିତ କି, କରନ୍ତୁ ଏହି ଉପାୟ