The Topmost

“The eyes believe themselves, the ears believe other people.”

ସବୁଠି ଜୟନାରାୟଣଙ୍କୁ ବିରୋଧ

ସବୁଠି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କୁ ବିରୋଧ । ଜଣେ କାର୍ଯ୍ୟରତ ମହିଳା ଆଇଆଇସିଙ୍କୁ ଆକ୍ରମଣ କରିବା ବିରୋଧୀ ଦଳ ନେତାଙ୍କ ପକ୍ଷେ ଅଶୋଭନୀୟ । ମହିଳା ସଶକ୍ତିକରଣ ଡିଣ୍ଡିମ ପିଟୁଥିବା ଓଡ଼ିଶା ବିଜେପି ଜୟନାରାୟଣଙ୍କ ଉପରେ କି କାର୍ଯ୍ୟାନୁଷ୍ଠାନ ନେବ । ବୁଧବାର ହିତାହିତ ଜ୍ଞାନ ଭୁଲି ଧନୁପାଲି ଥାନା ମହିଳା ଆଇଆଇସି ଅନିତା ପ୍ରଧାନଙ୍କୁ ଶାରୀରିକ ଆକ୍ରମଣ କରିଥିଲେ ଜୟନାରାୟଣ । ଆନ୍ଦୋଳନ ସରିବା ବେଳକୁ ଦଳ ବଳ ଧରି ଜିଲ୍ଲାପାଳ କାର୍ଯ୍ୟାଳୟକୁ ଧସେଇ ପଶିବାକୁ ଉଦ୍ୟମ କରୁଥିଲେ ଜୟନାରାୟଣ  । ବ୍ୟାରିକେଡ ପାଖରେ ଜୟନାରାୟଣ ପହଞ୍ଚି ବିନା କିଛି କାରଣରେ ଆଇଆଇସିଙ୍କୁ ଖରାପ ଭାଷାରେ ଗାଳିଗୁଲଜ କରିଥିଲେ । ତାଙ୍କ ବିରୋଧରେ ଭିତ୍ତିହୀନ ଅଭିଯୋଗ ଆଣିଥିବା ଅନିତା କହିଛନ୍ତି । ତାଙ୍କୁ ବୁଝାଇବାକୁ ଚେଷ୍ଟା କରିବା ପରେ ମଧ୍ୟ ସେ କିଛି ଶୁଣିନଥିଲେ । ଗାଳିଗୁଲଜ ସହ ଥାନା ପୋଡିବା ଏବଂ ସସପେଣ୍ଡ କରିବା ନେଇ ଧମକ ଦେଇଥିଲେ। ଏଭଳି ଗାଳିଦେବା ଅବସ୍ଥାରେ ହଠାତ ଆଶ୍ଚର୍ଯ୍ୟଜନକ ଭାବେ ଧକ୍କା ଦେବା ସହ ମିଡିଆ, ପବ୍ଲିକ ଓ ଅନ୍ୟ ପୋଲିସ କର୍ମଚାରୀଙ୍କ ଆଗରେ ଡାହାଣ ଗାଲରେ ଶକ୍ତ ଚାପୁଡ଼ା ମାରିଥିଲେ ଜୟନାରାୟଣ ।