January 12, 2026

ସଫେଇ ଦେଲେ ବଜରଙ୍ଗ ପୁନିଆ 

ଯୌନ ନିର୍ଯାତନା ଅଭିଯୋଗରେ କୁସ୍ତି ମହାସଂଘ ର ମୁଖ୍ୟ ତଥା ବିଜେପି ସାଂସଦ ବ୍ରଜଭୂଷଣ ଶରଣ ସିଂହଙ୍କ ବିରୋଧରେ ଆନ୍ଦୋଳନର ନେତୃତ୍ୱ ନେଉଥିବା ଅଲିମ୍ପିଆନ୍‌ କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ କହିଛନ୍ତି ଯେ ଶନିବାର ସନ୍ଧ୍ୟାରେ ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହ ହୋଇଥିବା ବୈଠକ ବିଷୟରେ ବାହାରେ କୌଣସି ପ୍ରକାର ସୂଚନା ବା ମତମନ୍ତବ୍ୟ ନଦେବାକୁ ସରକାର ସେମାନଙ୍କୁ କହିଥିଲେ। ଶ୍ରୀ ପୁନିଆ ଆଜି ଏକ ଘରୋଇ ଟିଭି ଚ୍ୟାନେଲକୁ କହିଛନ୍ତି ଯେ ଗୃହମନ୍ତ୍ରୀଙ୍କ ସହ ସେମାନଙ୍କର କୌଣସି ପ୍ରକାରର ‘ସେଟିଂ’ ବା ଚୁକ୍ତି ହୋଇନାହିଁ। ଗୃହମନ୍ତ୍ରୀ ସେମାନଙ୍କୁ କହିଛନ୍ତି ଯେ ଆଗତ ଅଭିଯୋଗ ସଂପର୍କରେ ତଦନ୍ତ ଚାଲିଛି। ତେଣୁ, ଆମ ପକ୍ଷରୁ ଆରମ୍ଭ ହୋଇଥିବା ବିକ୍ଷୋଭ ଆନ୍ଦୋଳନ ଥମିନାହିଁ, ଏହା ଜାରି ରହିଛି ଏବଂ ଜାରି ରହିବ। ଆଗାମୀ ଦିନରେ ଆନ୍ଦୋଳନ ଓ ବିକ୍ଷୋଭକୁ କିପରି ଆଗକୁ ନିଆଯିବ ସେନେଇ ଆମେ ରଣନୀତି ପ୍ରସ୍ତୁତ କରୁଛୁ। ଗୃହମନ୍ତ୍ରୀଙ୍କୁ ଭେଟିଥିବା କୁସ୍ତିଯୋଦ୍ଧାମାନେ ଚୁକ୍ତି କରିଛନ୍ତି ଏବଂ ଆଗକୁ ପ୍ରତିବାଦର କୌଣସି ଉପଯୋଗ ନାହିଁ ବୋଲି ପ୍ରଚାରିତ ହେଉଥିବା ଗୁଜବ ଉପରେ ସେ କହିଛନ୍ତି ।

SHARE BY