ଆଶାଠୁ ଅଧିକ ସଫଳ ହୋଇଛି ମେକ୍ ଇନ୍ ଓଡ଼ିଶାର ୩ୟ ସଂସ୍କରଣ । ରାଜ୍ୟକୁ ସାଢ଼େ ୧୦ ଲକ୍ଷ କୋଟିର ନିବେଶ ପ୍ରସ୍ତାବ ଆସିଛି । ଓଡ଼ିଶାରେ ନିବେଶ କରିବାକୁ ପୁଞ୍ଜିପତିମାନେ ଆଗ୍ରହ ପ୍ରକାଶ କରିଛନ୍ତି । ଏହାକୁ ଠିକଣା ଭାବେ କାର୍ଯ୍ୟକାରୀ କରିବାକୁ ହେବ । ବହୁ ପରିଶ୍ରମ କରି ଏ ନିବେଶ ପ୍ରକ୍ରିୟାକୁ ଚୂଡ଼ାନ୍ତ ରୂପ ଦେବାକୁ ସମସ୍ତେ ସହଯୋଗ କରନ୍ତୁ । ମେକ୍ ଇନ୍ ଓଡ଼ିଶା କନକ୍ଳେଭର ଉଦଯାପନୀ ଉତ୍ସବରେ ଏମିତି ଆହ୍ବାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ କହିଛନ୍ତି, ଏ ସଂସ୍କରଣରେ ଜାତୀୟ ଓ ଅନ୍ତର୍ଜାତୀୟ ନିବେଶକମାନେ ଓଡ଼ିଶାରେ ପୁଞ୍ଜି ଖଟାଇବାକୁ ଆଗ୍ରହ ଦେଖାଇଛନ୍ତି । ନିବେଶକମାନଙ୍କୁ ମୁଁ ପ୍ରତିଶ୍ରୁତି ଦେଉଛି, ରାଜ୍ୟ ସରକାର ସବୁ ପ୍ରକାର ସହଯୋଗ କରିବେ । ନୂଆ ଓଡ଼ିଶା ଗଠନରେ ସେମାନେ ଭାଗିଦାର ସାଜିବେ ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା