The Topmost

“The eyes believe themselves, the ears believe other people.”

ସପ୍ତାହକୁ ୬ ଦିନ ବୁଲିପାରିବେ ରାଷ୍ଟ୍ରପତି ଭବନ

ଜୁନ୍ ୧ ତାରିଖରୁ ସପ୍ତାହକୁ ୬ ଦିନ ରାଷ୍ଟ୍ରପତି ଭବନ ବୁଲି ଦେଖିପାରିବେ ସାଧାରଣ ଜନତା । ଏଥର ସାଧାରଣ ଜନତାଙ୍କ ପାଇଁ ଖୋଲାଯିବ ରାଷ୍ଟ୍ରପତି ଭବନ । ଜୁନ୍ ପହିଲାରୁ ସପ୍ତାହକୁ ୬ଦିନ ଯାଇ ରାଷ୍ଟ୍ରପତି ଭବନ ବୁଲିପାରିବାର ଘୋଷଣା କରାଯାଇଛି । ଦାୟିତ୍ୱରେ ଥିବା ଅଧିକାରୀ ଏଭଳି ସୂଚନା ଦେଇଛନ୍ତି । ରାଷ୍ଟ୍ରପତିଙ୍କ ନିଷ୍ପତ୍ତି ପରେ ଏଭଳି ସୂଚନା ଦିଆଯାଇଛି । ତେବେ କେବଳ ରାଜପତ୍ରିତ ଅବକାଶ ଦିନକୁ ଛାଡି ମଙ୍ଗଳବାରଠାରୁ ରବିବାର ଯାଏଁ ଲୋକେ ଏଠାକୁ ବୁଲିବାକୁ ଯାଇପାରିବେ । ସୂଚନା ମୁତାବକ, ସାଧାରଣ ଜନତା ଏହି ଦିନ ମଧ୍ୟରେ ସକାଳ ୯ଟାରୁ ସନ୍ଧ୍ୟା ସାଢେ ୪ଟା ଯାଏଁ ୭ଟି ସ୍ଲଟରେ ରାଷ୍ଟ୍ରପତି ଭବନ ବୁଲି ଦେଖିପାରିବେ । ହେଲେ ସୋମବାର ଲୋକେ ରାଷ୍ଟ୍ରପତି ଭବନ କିମ୍ବା ମ୍ୟୁଜିୟମ ଟୁର ମଜା ନେଇପାରିବେ ନାହିଁ । ପୂର୍ବରୁ ବୁଧବାରରୁ ରବିବାର ଭିତରେ ସକାଳ ୧୦ଟାରୁ ସନ୍ଧ୍ୟା ୫ଟା ଯାଏଁ ଖୋଲା ରହୁଥିଲା ।