ବକ୍ସ ଅଫିସରେ ଭଲ ରୋଜଗାର କରୁଛି ଶାହାରୁଖ ଖାନଙ୍କ ଅଭିନୀତ ଫିଲ୍ମ ଯବାନ । ପ୍ରଥମ ଦିନରେ ଅଧିକ ବ୍ୟବସାୟ କରି ରେକର୍ଡ କରିଛି । କିନ୍ତୁ ସପ୍ତମ ଦିନର ଆଦାୟ ଗଦର-୨ଠାରୁ ପଛରେ ରହିଛି । ସନ୍ନି ଦେଓଲଙ୍କ ଫିଲ୍ମ ସପ୍ତମ ଦିନରେ ୨୩.୮୦ କୋଟି ଟଙ୍କା ବ୍ୟବସାୟ କରିଥିବାବେଳେ ଯବାନ ୨୧.୫୦ କୋଟି ଟଙ୍କା ସଂଗ୍ରହ କରିଛି । ‘ଯବାନ’ ପ୍ରଥମ ଦିନରେ ବକ୍ସ ଅଫିସରେ ୭୫ କୋଟି ଟଙ୍କା ସଂଗ୍ରହ କରିଥିଲା।ଏହା ସହିତ ଫିଲ୍ମ ହିନ୍ଦୀ ସିନେମାର ସର୍ବୋଚ୍ଚ ଓପନିଂ ଫିଲ୍ମ ପାଲଟିଛି | ଦ୍ବିତୀୟ ଦିନରେ ଶାହାରୁଖ ଖାନଙ୍କ ଫିଲ୍ମ ୨୩ କୋଟି ଟଙ୍କା ରୋଜଗାର କରିଥିଲା। ରିଲିଜ୍ ହେବାର ତୃତୀୟ ଦିନରେ ‘ଯବାନ୍’ ୭୭.୮୩ କୋଟି ଟଙ୍କା ବ୍ୟବସାୟ କରିଥିଲା। ଚତୁର୍ଥ ଦିନରେ ୮୦ କୋଟି ଟଙ୍କା ରୋଜଗାର କରି ‘ଯବାନ’ ବକ୍ସ ଅଫିସରେ ସମସ୍ତ ରେକର୍ଡ ଭାଙ୍ଗିଥିଲା।ଗୋଟିଏ ଦିନରେ ଏତେ ରୋଜଗାର କରିଥିବା ‘ଯବାନ’ ପ୍ରଥମ ହିନ୍ଦୀ ଚଳଚ୍ଚିତ୍ର ହେଲା | ‘ଯବାନ’ ପଞ୍ଚମ ଦିନରେ ୯୨ କୋଟି ଏବଂ ଷଷ୍ଠ ଦିନରେ ୨୬ କୋଟି ଟଙ୍କା ସଂଗ୍ରହ କରିଛି। ରିଲିଜ୍ ହେବାର ସପ୍ତମ ଦିନରେ ଯଦି ‘ଯବାନ୍’ ୨୧.୫୦ କୋଟି ଟଙ୍କା ରୋଜଗାର କରେ, ତେବେ ଫିଲ୍ମର ମୋଟ ସଂଗ୍ରହ ୩୬୬.୦୮ କୋଟି ହେବ।
“The eyes believe themselves, the ears believe other people.”
More Stories
ଆଉ ନାହାଁନ୍ତି ଉତ୍ତମ..
ଟ୍ରେଣ୍ଡରେ ଛିଛି ଗୀତ
ଦର୍ଶକଙ୍କୁ ଅସନ୍ତୋଶ କଲା ଏମର୍ଜେନ୍ସି..