The Topmost

“The eyes believe themselves, the ears believe other people.”

ସନ୍ଧ୍ୟାରେ ଦେଶବାସୀଙ୍କୁ ସମ୍ବୋଧନ କରିବେ ବିଦାୟୀ ରାଷ୍ଟ୍ରପତି

ଆଜି ସରୁଛି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ । ଏନେଇ ସଂଧ୍ୟା ୭ଟାରେ ଦେଶବାସୀଙ୍କୁ ସମ୍ବୋଧନ କରିବେ ବିଦାୟୀ ରାଷ୍ଟ୍ରପତି । ତେବେ ଗତକାଲି ତାଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା । ସଂସଦର ସେଂଟ୍ରାଲ ହଲରେ ଆୟୋଜିତ ବିଦାୟ ସମାରୋହରେ ଏକାଠି ହୋଇଥିଲେ ପ୍ରଧାନମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀଙ୍କ ସମେତ ଉଭୟ ସଦନର ସାଂସଦ ଏବଂ ବିଶେଷ ଅତିଥି । ରାଷ୍ଟ୍ରପତି ଭାବେ ତାଙ୍କୁ ଦାୟିତ୍ୱ ଦିଆଯାଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି ରାମନାଥ କୋବିନ୍ଦ । ସେ କହିଛନ୍ତି, ପ୍ରତି ଘରେ ଯେମିତି ମତଭେଦ ରହିଛି ସେହିପରି ସାଂସଦଙ୍କ ମଧ୍ୟରେ ମତଭେଦ ଥାଇପାରେ । ମତଭେଦକୁ ଭୁଲି ଦେଶର ସ୍ୱାର୍ଥରେ ସମସ୍ତେ ଏକଜୁଟ ହେବାକୁ ଆହ୍ୱାନ କରିଛନ୍ତି କୋବିନ୍ଦ । ଏଥିସହ ସେ ପାଞ୍ଚ ବର୍ଷର ଅନୁଭୂତିକୁ ସେ ବର୍ଣ୍ଣନା କରିଛନ୍ତି ।