The Topmost

“The eyes believe themselves, the ears believe other people.”

ସନ୍ଧ୍ୟାରେ ଦୀପ ଆଲୁଅରେ ଆଲୋକିତ ହେବ ଅଯୋଧ୍ୟାର ୪୦ଟି ଘାଟ

ଦୀପ ଉତ୍ସବ ପାଇଁ ସଜେଇ ହେଉଛି ଅଯୋଧ୍ୟା । ଚଳିତ ବର୍ଷ ଦୀପାବଳିରେ ୧୭ଲକ୍ଷ ଦୀପ ଜଳାଇବାକୁ ପ୍ରସ୍ତୁତି କରାଯାଇଛି । ଆଜି ସନ୍ଧ୍ୟାରେ ଦୀପ ଆଲୁଅରେ ଆଲୋକିତ ହେବ ଅଯୋଧ୍ୟାର ୪୦ଟି ଘାଟ । ଏହି କାର୍ଯ୍ୟକ୍ରମରେ ସାମିଲ ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବିରାଜମାନ ଭଗବାନ ଶ୍ରୀରାମ ଲାଲାଙ୍କ ଦର୍ଶନ କରିବା ସହ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରିବେ ପ୍ରଧାନମନ୍ତ୍ରୀ । ଏହାସହ ଭଗବାନ ଶ୍ରୀରାମଙ୍କ ପ୍ରତିକାତ୍ମକ ରାଜ୍ୟାଭିଷେକ କରିବେ । ଏହାପରେ ଦୀପୋତ୍ସବର ଆରମ୍ଭ କରିବେ ପ୍ରଧାନମନ୍ତ୍ରୀ । ସରଜୁ ନଦୀର ନୂଆ ଘାଟରେ ଥ୍ରୀ-ଡି ହୋଲୋଗ୍ରାଫିକ ପ୍ରୋଜେକ୍ସନ ମ୍ୟାପିଂ ଶୋ’ ମଧ୍ୟରେ ମୋଦୀ ଆଳତି ଦର୍ଶନ କରିବେ । ଗତବର୍ଷ ୩୨ଟି ଘାଟରେ ଦୀପ ଲଗାଯାଇଥିବା ବେଳେ ଚଳିତବର୍ଷ ୪୦ଟି ଘାଟରେ ଦୀପ ଲଗାଇବା ପାଇଁ ପ୍ରସ୍ତୁତି ଚାଲିଛି । ୧୭ଲକ୍ଷ ଦୀପ ଜଳାଇବାକୁ ୩୫ହଜାର ଲିଟର ସୋରିଷ ତେଳ ବ୍ୟବହାର କରାଯିବ । ଏହି କାମରେ ନିୟୋଜିତ ହେବେ ୨୨ହଜାର ସ୍ୱେଚ୍ଛାସେବୀ । ଏହାସହ ଯୋଡି ହେବ ଏକ ନୂଆ ଅଧ୍ୟାୟ ।