ଦୈନନ୍ଦିନ ଜୀବନରେ ବିଭିନ୍ନ ଚ୍ୟାଲେଞ୍ଜୁ ସାମନା କରିବା ପାଇଁ ବିଭିନ୍ନ ପ୍ରକାରର ପୋଷକ ତତ୍ତ୍ୱର ଆବଶ୍ୟକତା ରହିଛି । ଫଳ, ପନିପରିବା,ବିଭିନ୍ନ ଶସ୍ୟଜାତୀୟ ଖାଦ୍ୟ ସହ ସତେଜ ଓ ସୁସ୍ଥକର ଖାଦ୍ୟ ଦରକାର । ଚର୍ବିଜାତୀୟ ଖାଦ୍ୟ ବିଶେଷ କରି ଫ୍ୟାଟ୍ ଥିବା ଖାଦ୍ୟ ଖାଇବା ଅନୁଚିତ ।
ଖାଇବା ମନା –
କୌଣସି ପ୍ରକାରର ଅର୍ଥରାଇଟ୍ସ ସମସ୍ୟାକୁ ଭଲ କରିବା ପାଇଁ କୌଣସି ଖାଦ୍ୟ ନାହିଁ । ତେବେ ଜାଣନ୍ତୁ , ଯେ କୌଣସି ଖାଦ୍ୟ କେତେ କ୍ଷତି ପହଞ୍ଚାଇଥାଏ । ଉଚ୍ଚମାତ୍ରାର କପରଯୁକ୍ତ ଲୁଣ, ଜିଙ୍କ ଥିବା ଖାଦ୍ୟଠାରୁ ଦୂରରେ ରୁହନ୍ତୁ । ଆଙ୍କାଇଲୋଜି ସ୍ପଣ୍ଡିଲାଇଟିସ୍ ଶିକାର ହୋଇଥିଲେ ପୋଷକ ତତ୍ତ୍ୱ ପୋଷକତତ୍ତ୍ୱ ବିଶେଷଜ୍ଞଙ୍କ ପରାମର୍ଶ ନେବା ଉଚିତ୍ ହେବ ।
ଖାଦ୍ୟ ଅଭ୍ୟାସକୁ ଗୁରୁତ୍ୱ –
ଯଦି ଆପଣ ଆଙ୍କାଇଲୋଜି ସ୍ପଣ୍ଡିଲାଇଟିସ୍ ଆକ୍ରାନ୍ତ ତେବେ ଖାଇବା ଅଭ୍ୟାସରେ ପରିବର୍ତ୍ତନ ଆଣନ୍ତୁ । ଯେମିତିକା କେତେବେଳେ କଣ ଖାଇବେଓ କଣ ଖାଇବେ ଏକ ରୁଟିନ ପ୍ରସ୍ତୁତ କରନ୍ତୁ । ଏପରି କରିବା ଦ୍ୱାରା ଆପଣ ସୁସ୍ଥତା ଅନୁଭବ କରିବେ ।
ଅଧିକ ମଦ୍ୟପାନ କରନ୍ତୁ ନାହିଁ – ଆଙ୍କାଇଲୋଜି ସ୍ପଣ୍ଡିଲାଇଟିସ୍ ଆକ୍ରାନ୍ତ ରୋଗୀଙ୍କ ହାଡ ପତଳା ହେବା ରୋଗ ଅଷ୍ଟିଓଥୋରେସିସ୍ ହେବାର ଆଶଙ୍କା ଅଧିକା ରହିଥାଏ । ଏହି ପରିସ୍ଥିତିରେ ଅଧିକାମଦ୍ୟପାନ ଶରୀରକୁ ଦୁର୍ବଳ କରିଥାଏ । ମଦ କେତେକ ଔଷଧ ପାଇଁ ମଧ୍ୟ କ୍ଷତିକାରକ ହୋଇଥାଏ । ତେଣୁୁଏହି ରୋଗ ପାଇଁ ଔଷଧ ସହ ମଦ୍ୟପାନକେତେ କରିବା କେତେ ସୁରକ୍ଷିତ ଡାକ୍ତରଙ୍କ ପରାମର୍ଶ କରିବା ଆବଶ୍ୟକ ।
ପର୍ଯ୍ୟାପ୍ତମାତ୍ରାରେ କ୍ୟାଲସିୟମ ଓ ଭିଟାମିନ ଡି ଖାଆନ୍ତୁ –
ଏହି ଦୁଇ ପୋଷାକ ତତ୍ତ୍ୱ ହାଡକୁ ମଜବୁତ କରିଥାଏ । ଆଉ ଅଷ୍ଟିଓପୋରେସିସ୍ ଆଶଙ୍କାକୁ କମ କରିଥାଏ । ବୟସ୍କଙ୍କ କ୍ଷେତ୍ରରେ ଦିନକୁ ୧୦୦୦ରୁ ୧୨୦୦ ମିଗ୍ରାମର କ୍ୟାଲସିୟମ ଆବଶ୍ୟକ ହୋଇଥାଏ । କିନ୍ତୁ ଆପଣଙ୍କ ପାଇଁ କେତେ କ୍ୟାଲସିୟମ ଆବଶ୍ୟକ, ତାହା ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ । କ୍ୟାଲସିୟମଯୁକ୍ତ ଖାଦ୍ୟପଦାର୍ଥ ମଧ୍ୟରେ ଦୁU ଜାତୀୟ ଉତ୍ପାଦ, କଦଳୀ, ବ୍ରୋକୋଲୀ, ଶସ୍ୟଜାତୀୟ ଖାଦ୍ୟ ଓ ଜୁସ ସାମିଲ କରନ୍ତୁ । ସେହିପରି ଭିଟାମିନ୍ ଡି କେତେକ ମାଛ ଓ ସୁର୍ଯ୍ୟକିରଣରେ ରହିଛି । ଏ ସମ୍ପର୍କରେ ଡାକ୍ତରଙ୍କ ସହ ପରାମର୍ଶ କରିପାରନ୍ତି ।
ଓଜନ ନିୟନ୍ତ୍ରଣ – ଓଜନକୁ ସୀମିତ ରଖିବାପାଇଁ ନିୟମିତ ଖାଉଥିବା କ୍ୟାଲୋରୀକୁ ସନ୍ତୁଳିତ ରଖନ୍ତୁ । ଅଧିକ ଓଜନ ବଢିବା ଦ୍ୱାରା ଜଏଣ୍ଟ ଉପରେ ପ୍ରଭାବ ପଡିଥାଏ । ସେହିପରି ଓଝନ ଖୁବ କମିଲେ ମଧ୍ୟ ସମସ୍ୟା ଦେଖାଦେଇଥାଏ । ଥକାପଣଠାର ଆରମ୍ଭ କରି ଆନେମିଆ ଓ ଅଷ୍ଟିଓପେରୋସିସ ଆଦିର ଆଶଙ୍କା ରହିଥାଏ ।



More Stories
ଅଧିକ ମାଂସ ଖାଉଥିଲେ ହୋଇପାରେ ଏହି ବଡ ସମସ୍ୟା
ନଡିଆ ଦିଏ ଏହି ସବୁ ସମସ୍ୟାରୁ ମୁକ୍ତି
ଖାଇବା ପୂର୍ବରୁ ଏହା ପିଇଲେ, ପତଳା ହେବାକୁ ଦରକାର ପଡିବନି ଏକ୍ସରସାଇଜ