ପ୍ରଶ୍ନ ପାଇଁ ଲାଞ୍ଚ ମାମଲାରେ ଟିଏମସି ସାଂସଦ ମହୁଆ ମୋଇତ୍ରାଙ୍କ ଅଡ଼ୁଆ ବଢ଼ି ବଢ଼ି ଚାଲିଛି । ମାମଲାର ରିପୋର୍ଟକୁ ଅନୁମୋଦନ ଦେଇଛି ସଂସଦୀୟ ସଦାଚାର କମିଟି । ଯାହା ପରେ କମିଟିର ୧୦ ଜଣ ସଦସ୍ୟଙ୍କ ମଧ୍ୟରୁ ୬ ଜଣ ତଦନ୍ତ ରିପୋର୍ଟକୁ ଅନୁମୋଦନ କରିବା ସପକ୍ଷରେ ମତ ଦେଇଥିଲେ । ସେହିପରି ୪ ଜଣ ସଦସ୍ୟ ଏହା ବିରୋଧରେ ଭୋଟ୍ ଦେଇଥିଲେ । ମିଳିଥିବା ସୂଚନା ଅନୁଯାୟୀ, କମିଟି ରିପୋର୍ଟରେ କହିଛି ଯେ, ମହୁଆ ମୋଇତ୍ରା ତାଙ୍କ ସାଂସଦ ଆକାଉଣ୍ଟର ଲଗ୍-ଇନ ଓ ପାସୱାର୍ଡ ବ୍ୟବସାୟୀ ଦର୍ଶନ ହୀରାନନ୍ଦାନିଙ୍କୁ ଦେଇଥିଲେ, ଯାହା ଜାତୀୟ ସୁରକ୍ଷା ପାଇଁ ବଡ଼ ବିପଦ । ଏହି ଅପରାଧ ପାଇଁ ମହୁଆ ମୈତ୍ରଙ୍କୁ କଠୋର ଦଣ୍ଡ ମିଳିବା ଦରକାର । ଏଥିସହ କମିଟି ମହୁଆଙ୍କୁ ଲୋକସଭା ସଦସ୍ୟ ପଦରୁ ଅଯୋଗ୍ୟ ଘୋଷଣା କରିବା ପାଇଁ ସୁପାରିସ କରିଛି ।
“The eyes believe themselves, the ears believe other people.”
More Stories
ନିହତ ପର୍ଯ୍ୟଟକଙ୍କ ଲିଷ୍ଟ ହେଲା ଜାରି
ଅଂଶୁଘାତରୁ ବଞ୍ଚିବେ କିପରି ଜାଣନ୍ତୁ ପୁରା ତଥ୍ୟ
ଭାରତ ଯୋଡୋ ଯାତ୍ରା ପରେ ଭାରତ ବଦନାମ ଯାତ୍ରା- ବିଜେପି