ସତ୍ୟେନ୍ଦ୍ର ଜୈନଙ୍କୁ ଆଶ୍ବସ୍ତି । ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି ସୁପ୍ରିମକୋର୍ଟ । ୬ ସପ୍ତାହ ପାଇଁ ବେଲ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ଅସୁସ୍ଥତା ଯୋଗୁଁ ଦିଲ୍ଲୀର ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ସର୍ତ୍ତମୂଳକ ଜାମିନ ଦେଇଛନ୍ତି କୋର୍ଟ । ବିନା ଅନୁମତିରେ ସେ ଦିଲ୍ଲୀ ବାହାରକୁ ଯାଇପାରିବେ ନାହିଁ । ଏବଂ ମିଡିଆରେ କୌଣସି ବିବୃତ୍ତି ନରଖିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ମନିଲଣ୍ଡରିଂ କେସରେ ଜୈନଙ୍କୁ ଗିରଫ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଗତକାଲି ଜେଲ୍ ଓ୍ବାସରୁମରେ ପଡ଼ି ଆହତ ହୋଇଥିଲେ ଜୈନ । ନିଶ୍ବାସ ପ୍ରଶ୍ବାସ ନେବାରେ ଅସୁବିଧା ଯୋଗୁ ଦିଲ୍ଲୀର LNJP ହସ୍ପିଟାଲରେ ICUରେ ତାଙ୍କୁ ଭର୍ତ୍ତି କରାଯାଇଛି । ୨୦୨୨ ମେ’ ମାସରୁ ତିହାର ଜେଲରେ ଥିଲେ ସତ୍ୟେନ୍ଦ୍ର ଜୈନ ।
“The eyes believe themselves, the ears believe other people.”
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ