ରଥଯାତ୍ରାରେ ଆସିଲା ଦୁଃଖଦ ଖବର । ଆରପାରିକୁ ଚାଲିଗଲେ ବରିଷ୍ଠ ଫଟୋ ସାମ୍ବାଦିକ ଅଶୋକ ପଣ୍ଡା । ଆଜି ଏକ ସଡ଼କ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଛି । ରଥଯାତ୍ରାରେ ଖବର ସଂଗ୍ରହ ପାଇଁ ପୁରୀ ଅଭିମୁଖେ ଯାଉଥିଲେ ଫଟୋ ସାମ୍ବାଦିକ ଅଶୋକ ପଣ୍ଡା । ଏହି ସମୟରେ ସାତଶଙ୍ଖ ନିକଟରେ ଅଜଣା ଗାଡ଼ି ଅଶୋକଙ୍କୁ ଧକ୍କା ଦେଇଥିଲା । ଗୁରୁତର ଅବସ୍ଥାରେ ତାଙ୍କ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୫୭ ବର୍ଷ ବୟସ ହୋଇଥିଲା । ଦୈନିକ ଖବର କାଗଜ ’ସମୟ’ ସହ ଦୀର୍ଘଦିନ ହେବ ଜଡ଼ିତ ଥିଲେ ଅଶୋକ ପଣ୍ଡା । ସେପଟେ ହଠାତ୍ ତାଙ୍କର ଦେହାନ୍ତକୁ ନେଇ ସାମ୍ବାଦିକ ମହଲରେ ଶୋକର ଛାୟା ଖେଳିଯାଇଛି ।
More Stories
CSM Synapse 4.0 ରେ ଜିତିଲେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ