ଆରମ୍ଭ ହୋଇଯାଇଛି କଟକର ଐତିହାସିକ ବାଲିଯାତ୍ରା । ଲୋକଙ୍କ ଗହଳି ସାଙ୍ଗକୁ ଚିକିମିକିଆ ଆଲୋକମାଳାରେ ଚଳଚଞ୍ଚଳ ହୋଇପଡିଛି ବାଲିଯାତ୍ରା ପଡିଆ । ସଞ୍ଜ ନଇଁଲେ ଲେଜର ଲାଇଟ ସୋ’ ଦର୍ଶକଙ୍କ ମନ ମୋହୁଛି । ଚଟାପଟ ଖାଦ୍ୟର ଦୋକାନ ଆଗରେ ଓ ମୀନା ବଜାରରେ ଲୋକଙ୍କ ଭିଡ ଜମୁଛି । ତେବେ ଉପର ଓ ତଳ ବାଲିଯାତ୍ରା ପଡିଆରେ ୧୭୦୦ ଷ୍ଟଲ ଖୋଲିଛି । ସେହିପରି ପଲ୍ଲିଶ୍ରୀ ମେଳାରେ ଏକ ହଜାରରୁ ଅଧିକ ବ୍ୟବସାୟୀ ବ୍ୟବସାୟ କରୁଛନ୍ତି । କରୋନା ଯୋଗୁଁ ଦୁଇ ବର୍ଷ ପରେ ପୁଣି ଜମୁଛି ବାଲିଯାତ୍ରା । ୯ ଦିନ ଧରି ଚାଲିବାକୁ ଥିବା ଏହି ଯାତ୍ରାରେ ବଲିଉଡ ଓ ଓଲିଉଡର କଳାକାରମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବେ ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା